ଚଳନ୍ତା ବସ୍ ଉପରକୁ ଦୁର୍ବୃତ୍ତଙ୍କ ଇଟା ମାଡ଼, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

NEWS7
the-captaincy-of-the-indian-t20-team-will-be-changed-the-leadership-responsibility-will-be-taken-away-from-suryakumar-yadav-

ଘଟଗାଁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର - ବ୍ରାହ୍ମଣୀପାଳ ରାସ୍ତାର ଭଗାମୁଣ୍ଡା ନିକଟରେ ଚଳନ୍ତା ଯାତ୍ରୀବାହୀ ବସ୍ ଉପରକୁ ଦୁର୍ବୃତ୍ତଙ୍କ ଇଟା ମାଡ଼ । ଇଟା ମାଡ଼ରେ ପ୍ରତିଦିନ କରଞ୍ଜିଆରୁ ଭୁବନେଶ୍ୱର ଯାତାୟାତ କରୁଥିବା ଯାତ୍ରୀବାହୀ ଇନ୍ଦୁମତି ବସର ସାମ୍ନା କାଚ ଭାଙ୍ଗିଛି। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଇନ୍ଦୁମତି ବସର ପାସେଞ୍ଜର ସମେତ ଡ୍ରାଇଭ, ହେଲପର ଓ କଣ୍ଡକ୍ଟର। 

ସୂଚନା ଅନୁଯାୟୀ, ଗାଡ଼ିଟି ଆଜି ଭୁବନେଶ୍ଵରରୁ କରଞ୍ଜିଆ ଫେରୁଥିବା ସମୟରେ ଭାଗମୁଣ୍ଡା ନିକଟରେ ଏହି ଘଟଣା ଘଟିଛି । ଦୃର୍ବୁତ୍ତ ଜଣଙ୍କ ଇଟା ମାଡ଼ କରିବା ପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା । ଗାଡ଼ିଟି କିଛି ସମୟ ଠିଆ ହୋଇ ପୁଣି କରଞ୍ଜିଆ ଯାଇଥିବା ସୂଚନା ମିଳିଛି। ଗାଡ଼ିର ସାମ୍ନା ପାର୍ଶ୍ଵର କାଚ ଭାଙ୍ଗି ଯାଇଛି।