ଭୁବନେଶ୍ବର ୨୯।୬: ରଥଯାତ୍ରା ଅବସରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ସେବା ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସରକାର ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଶନିବାର ଓ ରବିବାର ପୁରୀରେ ରଥଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଥିବା ସତ୍ତ୍ବେ ଓଡ଼ିଶା ପୋଲିସ ଯେପରି ସୂଚିତ ଯୋଜନା, ଦକ୍ଷ ନିୟନ୍ତ୍ରଣ ଓ ଦୃଢ଼ ସଂଯମ ସହିତ ମହାଉତ୍ସବକୁ ସଫଳ ଓ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିଛନ୍ତି, ତାହା ନିଃସନ୍ଦେହରେ ପ୍ରଶଂସାଯୋଗ୍ୟ ।
ଭକ୍ତମାନେ ନିର୍ଭୟ ଓ ସୁବିଧାଜନକ ଭାବରେ ଦର୍ଶନ କରିପାରିବାକୁ ଯେପରି ସୁଯୋଗ ମିଳିଛି, ତାହା ପଛରେ ରହିଛି ଓଡ଼ିଶା ପୋଲିସଙ୍କ ଅଦମ୍ୟ ପ୍ରୟାସ ଓ କର୍ତ୍ତବ୍ୟପ୍ରତି ବିଶେଷ ନିଷ୍ଠା । ଏହି ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସଙ୍କୁ ଆମ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ।
You Can Read:
ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା, ଘଟଣାର ପୁନରାବୃତ୍ତି ନହେବା ନେଇ ନିଆଯାଉ ପଦକ୍ଷେପ