ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ

Published By : Prameya-News7 Bureau | June 29, 2025 IST

ଭୁବନେଶ୍ଵର: ଗତକାଲି ପୁରୀରେ ଯେଉଁ ଦୁର୍ଘଟଣା ଘଟିଲା ଏଥିରେ ଆମେ ମର୍ମାହତ ଅଛୁ। ଯାହା ସମସ୍ତଙ୍କୁ ମର୍ମାହତ କରିଛି। ତେଣୁ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରୁଛି। ଏହାସହ ସବୁ ନିର୍ବାଚନ ପ୍ରକ୍ରିୟାକୁ ସ୍ଥିଗିତ କରୁଛି ଦଳ। ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ପୁଣି ଥରେ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। 

ସୂଚନାଯୋଗ୍ୟ, ଶନିବାର ଅର୍ଥାତ ଜୁନ ୨୯ରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ। ୩ ଦିନ ଧରି ଚାଲିବାର ଥିଲା ନିର୍ବାଚନ ପ୍ରକ୍ରିୟା। ଏନେଇ ସାଂସଦ ସଞ୍ଜୟ ଜୟସ୍ବାଲଙ୍କୁ ଏ ନେଇ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ତେବେ ପୁରୀରେ ଶରଧାବାଲିରେ ଦଳାଚକଟା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ କ୍ଷମା ମାଗିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଇଛି। 

ଏହା ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ରାଜ୍ୟ ସଭାପତି ଚୟନ ଶେଷ ସୋପାନରେ ଅଛି। ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇ ପାରେ। ଦେଶର ଅନେକ ଆଞ୍ଚଳିକ ଦଳରେ ଜଣେ ବ୍ୟକ୍ତି ସଭାପତି ରହି ଆସିଛନ୍ତି। କିନ୍ତୁ ଆମେ ଜାତୀୟ ଦଳ ହୋଇଥିବାରୁ ଆମ ପ୍ରକ୍ରିୟା ବିଳମ୍ବ ହୁଏ। ଅନ୍ୟ ଦଳର ସଭାପତି ଚୟନ ପୂର୍ବ ନିର୍ଦ୍ଧାରିତ। ତେଣୁ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଆମେ କହିବାଟା ଭୁଲ୍ ହେବ। 

ସୂଚନାଯୋଗ୍ୟ, ଓଡ଼ିଶାର ରାଜ୍ୟ ବିଜେପି ସଭାପତିକୁ ନେଇ ମାନସ ମନ୍ଥନ ଜାରି ରହିଛି। କିଏ ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଅଛନ୍ତି। ତାଙ୍କ ସଭାପତିତ୍ଵରେ ପ୍ରଥମ ଥର ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଠନ କରିଛି ବିଜେପି। ତେବେ କିଏ ହେବ ରାଜ୍ୟ ବିଜେପିର ସଭାପତି ତାକୁ ନେଇ ସସପେନ୍ସ ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.