କେମିତି ତୁଟିବ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ, ବସିଲା ଜରୁରୀକାଳୀନ ବୈଠକ

Published By : Prameya-News7 Bureau | June 29, 2025 IST

ଚଣ୍ଡିଖୋଲ: ଯାତ୍ରା ମାଲିକ ମାଲିକଙ୍କ ମଧ୍ୟରେ ଯେଉଁ ଭଳି ବିବାଦ ଲାଗି ରହିଛି ସେ ନେଇ ଯାତ୍ରା ମାଲିକ ସଂଘର ଏକ ଜରୁରୀ କାଳୀନ ବୈଠକ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ମାଲିକମାନେ ଯେଉଁ ଭଳି ଭାବେ ପରସ୍ପର ମଧରେ ବିଭିନ୍ନ ଅଭିଯୋଗ ଆଣୁଛନ୍ତି ସେ ନେଇ କେଉଁଠି ନା କେଉଁଠି ଯାତ୍ରା ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି। ଏ ନେଇ ଯାତ୍ରା ମାଲିକ ସଂଘ ବୈଠକରେ ମାଲିକ ମାନଙ୍କ ମଧ୍ୟରେ ବିବାଦ ନେଇ ଆଲୋଚନା କରାଯାଇଥିଲା। 

Also read: ଶରଧାବାଲିରେ ଅଘଟଣ ପରେ... ରଥଯାତ୍ରାରେ ପୋଲିସ ବ୍ୟବସ୍ଥାର ପରିଚାଳନା କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାତ୍ରାରେ କାମ କରୁଥିବା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା ହୋଇଛି। ପୀୟୂଷ ତ୍ରିପାଠୀଙ୍କୁ ନେଇ ମାଲିକ ସଂଘ ରେ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ମାଲିକ ସଂଘ ସଭାପତି କହିଛନ୍ତି। ଆଜିର ବୈଠକରେ ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ଆଉ କିଛି ଯାତ୍ରା ମାଲିକ ଏହି ବୈଠକରେ ଯୋଗ ଦେଇ ନଥିଲେ। ଅନ୍ୟ କିଛି ମାଲିକ ନିଜ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହି ଥିବାରୁ ସେ ଆସି ପାରି ନାହାନ୍ତି। ସିଂହବାହିନୀ ଓ ସୂର୍ଯ୍ୟମନ୍ଦିର ମାଲିକ ଯେଉଁ ବୟାନ ଦେଉଛନ୍ତି ସେମାନଙ୍କ ବ୍ୟକ୍ତିଗତ ମତ, ଯାତ୍ରା ସଂଘର ନିଷ୍ପତିକୁ ସମସ୍ତେ ମାନିବାକୁ ବାଧ୍ୟ। ଯାତ୍ରା ମାଲିକଙ୍କ ବିବାଦ ନେଇ ଆଲୋଚନା ହୋଇଥିଲା। ଯାତ୍ରା ମାଲିକ ସଂଘ ଏକ ଅଛି ରହିବ ମଧ୍ୟ। 

ସଂଘ ସଭାପତି ଗୋଟିଏ ଯାତ୍ରା ପାର୍ଟି ଚାଲିବା ପାଇଁ ସମସ୍ତ କଳାକାର ନେଇ ପାରିବେନି। ସମସ୍ତେ କେଉଁ ଭଳି ଯାତ୍ରା ପାର୍ଟି ଚଳାଇବେ ସେ ନେଇ ଆଲୋଚନା ହୋଇଛି। ଅନ୍ୟ ଯାତ୍ରା ମାଲିକ ଆସିବା ପରେ ମଧ୍ୟ ପୁଣି ଥରେ ବୈଠକ ହେବ।  ଯେଉଁ ମାନେ ଶୃଙ୍ଖଲା ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ସଂଘ ସଭାପତି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.