ବୈଷୟିକ ବିଶ୍ବ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବ୍‌ରେ ଭୟାବହ ଅଗ୍ନିକାଣ୍ଡ, କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | May 10, 2025 IST

ଗୁଣପୁର ୧୦।୫: ରାୟଗଡ଼ା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବୈଷୟିକ ବିଶ୍ବ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ନିଆଁକୁ ଆୟତ କରିଛି ଗୁଣପୁର ଅଗ୍ନିଶମ ବାହିନୀ । ଓଜେଇ ମେନ୍ ପରୀକ୍ଷା ସରିବା ପାଇଁ ୨୦ ମିନିଟ୍ ସମୟ ଥିଲା । ନିଆଁ ଲାଗିବାରୁ ପରୀକ୍ଷା ବନ୍ଦ ହେଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରୁଛନ୍ତି ବିଶ୍ବବିଦ୍ୟାଳୟର ରେଜିଷ୍ଟର  ଓ ଅଗ୍ନିଶମ ବିଭାଗରର ଅଧିକାରୀ । ପାଖାପାଖି ୧୪୦ରୁ ଉର୍ଦ୍ଧ୍ବ କମ୍ପ୍ୟୁଟର, ଏଲସିଡି, ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ନଷ୍ଟ ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବୋଲି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ଜଣେ ବୟସ୍କ ଲୋକ କୋଠାରେ ଫସି ରହିଥିବା ବେଳେ ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ଅଗ୍ନିଶମ ବାହିନୀର ଅଧିକାରୀ କହିଛନ୍ତି ।

You Can Read:

ଜାମ୍ମୁକାଶ୍ମୀରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ, ବାଲେଶ୍ବରର ରହିଛନ୍ତି ୫ ଜଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.