ଭୋଗରାଇ ୨୯।୪: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ଚେଷ୍ଟା ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ପ୍ରାୟ ୪ଟା ସମୟରେ ଚନ୍ଦନେଶ୍ୱର ବଜାରରେ ହଠାତ ଧୂଆଁ ଦେଖିବା ପାଇଁ ମିଳିଥିଲା । ପରବର୍ତ୍ତୀ ସମୟରେ ଭୟାବହ ନିଆଁ ଜଳିବା ଆରମ୍ଭ ହେଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ପ୍ରାୟ ୭ରୁ ଅଧିକ ଦୋକାନରେ ନିଆଁ ଲାଗିଥିବା ଜଣା ପଡିଥିଲା । ଏବେ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ ପାଇଁ ଦୁଇଟି ଟିମ୍ ଲାଗିଛନ୍ତି । ଶେଷ ପର୍ଯ୍ୟନ୍ତ ପାଖାପାଖି ୨୦ଟି ଦୋକାନ ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି ।
You Can Read:
ପର୍ଯ୍ୟଟକଙ୍କ ପାଇଁ ୩ ମାସ ଭିତରକନିକା ବନ୍ଦ, ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୄଷ୍ଟିରେ ରଖି ପଦକ୍ଷେପ