ଭୁବନେଶ୍ବର ୩୦।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱର ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ, ଝାରସୁଗୁଡା ୪୨.୫ ଡ଼ିଗ୍ରୀ, କେନ୍ଦୁଝର ୪୧.୪ ଡ଼ିଗ୍ରୀ, ଚାନ୍ଦବାଲି ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ହୀରାକୁଦ ୩୯.୯ ଡ଼ିଗ୍ରୀ, ସମ୍ବଲପୁର ୩୯.୮ ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ, ଗୋପାଳପୁର ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିଭଳି ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାରିପଦା ସବୁଠୁ ଉତ୍ତପ୍ତ ରହିଥିଲା ।ବାରିପଦା ୩୮.୪ ଡିଗ୍ରୀ, ତାଳଚେର ୩୭.୮ ଡିଗ୍ରୀ, ବାଲେଶ୍ୱର ୩୬.୬ ଡିଗ୍ରୀ, କେନ୍ଦୁଝର ୩୬.୪ ଡିଗ୍ରୀ, କଟକ ୩୫.୮ ଡିଗ୍ରୀ, ରାଉରକେଲା ୩୫ ଡିଗ୍ରୀ, ଭବାନୀପାଟଣା ୩୪.୮ ଡିଗ୍ରୀ, ଭୁବନେଶ୍ୱର ୩୪. ୬ ଡିଗ୍ରୀ, ଝାରସୁଗୁଡ଼ା ୩୪.୬ ଡିଗ୍ରୀ, ହୀରାକୁଦ ୩୪.୪ ଡିଗ୍ରୀ, ଚାନ୍ଦବାଲି ୩୪.୨ ଡିଗ୍ରୀ, ବଲାଙ୍ଗୀର ୩୪ ଡିଗ୍ରୀ, କେନ୍ଦ୍ରାପଡ଼ା ୩୪ ଡିଗ୍ରୀ, ଅନୁଗୁଳ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।
You Can Read :
ସକାଳୁ ସକାଳୁ ସମ୍ଭାଳି ହେଉନି ଖରା, ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୮ ଡିଗ୍ରୀ ପାର୍