ତେଲେଙ୍ଗାର ବାରୁଦ କାରଖାନାରେ ବିସ୍ଫୋରଣ, ଚାଲିଗଲା ୩ ଜୀବନ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ ୩୦।୦୪; ତେଲେଙ୍ଗାନାରେ ବଡ ବିସ୍ଫୋରଣ । ମଙ୍ଗଳବାର ୟାଦାଦ୍ରି-ଭୁବନଗିରି ଜିଲ୍ଲାର କଟୋପାଲି ଗାଁରେ ଥିବା ଏକ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ବିସ୍ଫୋରଣ କିପରି ହେଲା ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୬.୪୦ ରେ କାରଖାନାରେ ବିସ୍ଫୋରଣ ବିଷୟରେ ସୂଚନା ମିଳିଥିଲା। ଯାହା ପରେ ଘଟଣାସ୍ଥଳକୁ ଦୁଇଟି ଦମକଳ ଗାଡି ପଠାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଦଳ ପହଞ୍ଚିବା ବେଳକୁ ନିଆଁ କମି ଯାଇଥିଲା, କିନ୍ତୁ ବିସ୍ଫୋରଣର ତୀବ୍ରତା ଯୋଗୁଁ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

କାରଖାନାର 18A ବ୍ଲକରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ବ୍ଲକରେ ଛଅ ଜଣ କର୍ମଚାରୀ ଥିଲେ। ବିସ୍ଫୋରଣ ଯୋଗୁଁ ବ୍ଲକ 18A ର କୋଠା ଭୁଶୁଡ଼ି ପଡ଼ିଲା। ମୃତକଙ୍କ ନାମ ଜି ସନ୍ଦୀପ, ଚୌଧୁରୀ ଚରଣ ଏବଂ କଲୱାଲା ନରେଶ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ଏହି ସମୟରେ, କାଟେପାଲିର ଗ୍ରାମବାସୀମାନେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦାବି କରି କାରଖାନା ସମ୍ମୁଖରେ ପ୍ରତିବାଦ କରିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.