ଆମେରିକା-ଭାରତ ଟ୍ରେଡ୍ ଡିଲ୍‌ରେ ଝୁମିଲା ଘରୋଇ ପୁଞ୍ଜି ବଜାର, ନିବେଶକଙ୍କ ଲାଭ ୧୨ ଲକ୍ଷ କୋଟି ଟଙ୍କା

NEWS7
how-pak-got-terror-outfits-name-dropped-from-un-statement-on-pahalgam-attack

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ମଙ୍ଗଳବାର ଅକଳ୍ପନୀୟ ବୃଦ୍ଧି ଦେଖିବାକୁ ମିଳିଛି । ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଘୋଷଣାରେ ବଜାର ଝୁମି ଉଠିଛି । ବିଏସଇ ସେନ୍‌ସେକ୍ସ ୨୦୭୩ ଅଙ୍କ ବା ୨.୫୪ ପ୍ରତିଶତ ବୃଦ୍ଧି ପାଇଁ ୮୩,୭୩୯.୧୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୬୩୯ ଅଙ୍କ ବା ୨.୫୫ ପ୍ରତିଶତ ବଢି ୨୫,୭୨୭.୫୫ ସ୍ତରରେ ବନ୍ଦ ହୋଇଛି । ଏହା ସେନ୍‌ସେକ୍ସ ଓ ନିଫ୍ଟିରେ ମେ ୧୨, ୨୦୨୫ ପରେ ସବୁଠୁ ବଡ଼ ବୃଦ୍ଧି ଅଟେ ।

ନିବେଶକଙ୍କ ସେଣ୍ଟିମେଣ୍ଟ ପଜିଟିଭ ହେବା ପରେ ବଜାରରେ ଚାରିଆଡ଼ୁ କ୍ରୟ ଦେଖିବାକୁ ମିଳିଛି । ବିଏସ୍‌ଇ ୧୫୦ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୨.୭୯ ପ୍ରତଶିତ ଓ ବିଏସ୍‌ଇ ୨୫୦ ସ୍ଲଲକ୍ୟାପ୍ ଇଣ୍ଡେକ୍ସ ୨.୯୧ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି । ସମସ୍ତ ୧୬ ପ୍ରମୁଖ ସେକ୍ଟୋରାଲ ଇଣ୍ଡେକ୍ସ ସବୁଜ ସଂକେତରେ ରହିଛି ଓ ଏଥିରେ ୫ ପ୍ରତିଶତ ଯାଏ ବୃଦ୍ଧି ଦେଖିବାକୁ ମିଳିଛି ।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୪୬୭.୦୯ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ୪୫୫.୦୩ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୨.୦୬ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ପ୍ରାୟ ୧୨.୦୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍‌ଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୮ ସେୟାର ଆଜି ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଆଦାମୀ ପୋର୍ଟ୍ସର ସେୟାରରେ ସବୁଠୁ ଅଧିକ ୯.୧୨ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।