ଦୁଇଟି ଭୋଟର ଆଇଡି ମାମଲାରେ ତେଜସ୍ୱୀଙ୍କ ବଢିଲା ମୁସ୍କିଲ ; ନିର୍ବାଚନ କମିଶନ ଜବାବ ମାଗି ପଠାଇଲେ ନୋଟିସ୍

Published By : Prameya-News7 Bureau | August 03, 2025 IST

ପାଟନା : ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବଢିଲା ଅଡୁଆ। ଦୁଇଟି ଭୋଟର ଆଇଡି ( EPIC ନମ୍ୱର) ରଖିବା ମାମଲାରେ ସେ ଛନ୍ଦି ହୋଇଛନ୍ତି। ନିର୍ବାଚନ କମିଶନ ଏକ ନୋଟିସ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ମାମଲାରେ ଦୀଘା ନିର୍ବାଚନ ଅଞ୍ଚଳର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଜସ୍ୱୀ ଯାଦବଙ୍କୁ ଏକ ଚିଠି ଲେଖି ତାଙ୍କ ଦ୍ୱାରା ଦେଖା ଯାଇଥିବା EPICର ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି।

ଆପଣଙ୍କୁ କହି ରଖୁଛୁ , ଶନିବାର ତେଜସ୍ୱୀ ନିଜର EPIC ନମ୍ୱର ଡ୍ରାଫ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନହେବାର କଥା ପ୍ରେସ୍‌ କନଫରେନ୍ସରେ କହିଥିଲେ। ଏହାପରେ ନିର୍ବାଚନ କମିଶନ ପ୍ରମାଣ ସହ ତାଙ୍କର ଭୋଟର ତାଲିକାରେ ନାମ ଦେଖାଇ ଥିଲେ। ଏହାପର ଠାରୁ ତେଜସ୍ୱୀଙ୍କ ଉପରେ ଦୁଇଟି ଭୋଟର ଆଇଡି ରଖିବାର ଅଭିଯୋଗ ହୋଇଛି।  

ଏହାସହ ମଧ୍ୟ ପଢନ୍ତୁ :  ଯେବେ ‘ଡଗ୍‌ ବାବୁ’ଙ୍କ ବାସସ୍ଥାନ ପ୍ରମାଣ ପତ୍ର ହୋଇ ପାରୁଛି , ତ ଜାଣନ୍ତୁ SIR କେମିତି ହୋଇଥିବ ... , ନିର୍ବାଚନ କମିଶନଙ୍କୁ ପୁଣି ପ୍ରଶ୍ନ ପଚାରିଲେ ତେଜସ୍ୱୀ

ତେଜସ୍ୱୀ ପ୍ରେସ୍‌ କନଫରେନ୍ସ କରି EPIC ନମ୍ୱର –RAB 2916120 ସେୟାର କରିଥିଲେ। ଯାହା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନଥିଲା। ଏହାପରେ ସେ ଭୋଟର ତାଲିକାରେ ନିଜର ନାମ କଟିବାର ଦାବି କରିଥିଲେ। ଯାହା ପରେ ନିର୍ବାଚନ କମିଶନ ପ୍ରମାଣ ସହ ତାଙ୍କର ନାମ ଭୋଟର ତାଲିକାରେ ଦେଖାଇ ଥିଲେ, ଯାହାର କ୍ରମାଙ୍କ -୪୧୬ ଅଛି ଏବଂ EPIC ନମ୍ୱର – RAB 0456228, ଯାହା ଭୋଟର ତାଲିକାରେ ମଧ୍ୟ ରହିଛି। ଏହାପରେ ତେଜସ୍ୱୀଙ୍କ ଉପରେ ଦୁଇଟି ଭୋଟର ଆଇଡି ଥିବାର ଅଭିଯୋଗ ଲାଗିଛି।

ବିଜେପି ଓ ଏନଡିଏର ସହଯୋଗୀ ଜେଡିୟୁ ତେଜସ୍ୱୀଙ୍କ ପାଖରେ ଦୁଇଟି ଆଇଡି ଥିବାର ଅଭିଯୋଗ କରି ଏହାକୁ ଅପରାଧ କହିଛନ୍ତି। ନିର୍ବାଚନ କମିଶନ ପୂରା ମାମଲାର ଯାଞ୍ଚ ଦାବି କରିଥିଲେ। ଏବେ କମିଶନ ତେଜସ୍ୱୀଙ୍କୁ ଏହି ମାମଲାରେ ସ୍ପଷ୍ଟୀକରଣ ମାଗିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.