ନୂଆଦିଲ୍ଲୀ : ଫ୍ରାନ୍ସର ଏକ ସ୍କୁଲରେ ହତ୍ୟା ଘଟଣା ସାମନାକୁ ଆସିଛି। ଜଣେ ୧୫ ବର୍ଷିୟ ଛାତ୍ର ଜଣେ ୩୧ ବର୍ଷିୟ ସ୍କୁଲ ସହାୟକଙ୍କୁ ଛୁରାମାଡ଼ କରି ହତ୍ୟା କରିଛି। ପୁଲିସ ଏହି ମାମଲାରେ ସଂପୃକ୍ତ ଛାତ୍ରକୁ ପଚରାପଚରି କରୁଛି। ଉତ୍ତର-ପୂର୍ବ ଫ୍ରାନ୍ସର ନୋଗେଣ୍ଟରେ ଏକ ସ୍କୁଲ ଗେଟ୍ରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଉ ଥିଲା। ଏତିକି ବେଳେ ଏମିତି କାଣ୍ଡ ଘଟାଇଛି ଏହି ଛାତ୍ରଟି।
ହାଉତେ-ମାର୍ନେ ପ୍ରାନ୍ତ କହିଛି ଯେ, ଛାତ୍ରକୁ ନୋଗେଣ୍ଟର ଜେଣ୍ଡରମେରିରେ ହେପାଜତରେ ରଖାଯାଇଛି ଏବଂ ଘଟଣା ବିଷୟରେ ପଚରାଯାଉଛି। ଜେଣ୍ଡରମେ ସେବା କହିଛି ଯେ, ନୋଗେଣ୍ଟ ସ୍ଥିତ ଫ୍ରାଙ୍କୋଇସ ଡୋଲ୍ଟୋ ସ୍କୁଲରେ ବ୍ୟାଗ୍ର ଯାଞ୍ଚରେ ସହାଯ୍ୟ କରୁଥିବା ଜଣେ ପୁଲିସ ଅଧିକାରୀଙ୍କୁ ସାମାନ୍ୟ ଆଘାତ ଲାଗିଛି।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଘାତକ ଛୁରାମାଡ଼ ପରେ ଏହି ହିଂସାତ୍ମକ କାଣ୍ଡରୁ ନିନ୍ଦା କରିଛନ୍ତି। ଫସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଯେବେ ସେ ନୋଜେଣ୍ଟରେ ଆମ ପିଲାଙ୍କର ଦେଖାଶୁଣା କରୁଥିଲେ , ତ ଜଣେ ଶିକ୍ଷା ସହାୟକ ନିଜର ଜୀବନ ହରାଇ ଦେଲେ, ସେ ମୁର୍ଖତାପୂର୍ଣ୍ଣ ହିଂସାର ଶିକାର ହୋଇଗଲେ। ପୂରା ଦେଶ ଏକେ ଶୋକରେ ଏବଂ ସରକାର ଅପରାଧକୁ ହ୍ରାସ କରିବାକୁ ସକ୍ରିୟ ଅଛନ୍ତି।
ଶିକ୍ଷା ମନ୍ତ୍ରୀ ଏଲିଜାବେଥ୍ ବୋର୍ନ , ପୂରା ସ୍କୁଲ ପ୍ରଶାସନ ଓ ପୁଲିସର ସମର୍ଥନ କରିବା ପାଇଁ ନୋଜେଣ୍ଟ ଯାଇଛନ୍ତି , ସେ କହିଛନ୍ତି, ମୁଁ ସେହି ଲୋକଙ୍କ ଧୈର୍ଯ୍ୟ ଓ ସମର୍ପଣର ପ୍ରଶଂସା କରୁଛି , ଯିଏକି ଆକ୍ରମଣକାରୀଙ୍କୁ କାବୁ କରିବା ଓ ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କ ସୁରକ୍ଷା ପାଇଁ କାମ କରିଛନ୍ତି।
ଅନ୍ୟପଟେ ଶିକ୍ଷା ଅଧିକାରୀ କହିଛନ୍ତି – ୧୫ ବର୍ଷିୟ ଏହି ସନ୍ଦିଗ୍ଧ ଛାତ୍ରର କୌଣସି ଅପରାଧିକ ରେକର୍ଡ ନାହି। ଶିକ୍ଷା ସହାୟକଙ୍କୁ କ୍ଲାସ ଆରମ୍ଭ ହେବାର ଠିକ୍ ପୂର୍ବରୁ ଛୁରାମାଡ଼ ହୋଇ ଥିଲା। ଆକ୍ରମଣକାରୀ ଛାତ୍ର, ଯାହାକୁ ପୁଲିସ କାବୁ କରି ନେଇଛି, ସ୍କୁଲର ହିଁ ଜଣେ ଛାତ୍ର ଥିଲା।
କହି ରଖୁଛୁ କି , ଗତ ମାର୍ଚ୍ଚ ମାସରୁ ଫ୍ରାନ୍ସ ପୁଲିସ ସ୍କୁଲ୍ ଗୁଡ଼ିକରେ ଓ ଏହାର ଆଖାପାଖରେ ଥିବା ବ୍ୟାଗ୍ରେ ଲୁଚାଇ ରଖାଯାଇ ଥିବା ଛୁରି ଓ ଅନ୍ୟ ମାରଣାସ୍ତ୍ରର ଯାଞ୍ଚ ଆରମ୍ଭ କରିଥିଲା। ଏସଇ-ୟୁଏନଏସଏ ଶିକ୍ଷକ ସଂଘର ମହାସଚିବ ଏଲିଜାବେଥ୍ ଏଲେନ –ମୋରେନୋ ଖୁବ୍ ଦୁଃଖ ବ୍ୟକ୍ତ କରି କହିଛନ୍ତି, ଶିକ୍ଷା ସହାୟକ ସ୍କୁଲର ପ୍ରବେଶ ଦ୍ୱାରରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ତାଙ୍କର କାମ କରୁଥିଲେ।
ଅପ୍ରେଲ ମାସରେ , ନୈନଟେସ୍ର ଏକ ସ୍କୁଲରେ ହୋଇଥିବା ଘାତକ ଆକ୍ରମଣ ପରେ, ଶିକ୍ଷା ମନ୍ତ୍ରଣାଳୟ କହିଛି, ସ୍କୁଲ ଗୁଡ଼ିକରେ ୯୫୮ ଥର ଆକସ୍ମିକ ବ୍ୟାଗ୍ ଯାଞ୍ଚ ବେଳେ ୯୪ଟି ଛୁରି ଜବତ କରାଯାଇଛି। ଛୁରିରେ ହମଲା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଆହତ ହୋଇ ଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଫ୍ରାନସ୍ୱା ବାୟରୁ ସ୍କୁଲ ଗୁଡ଼ିକ ଭିତରେ ଓ ଆଖପାଖରେ ଅଧିକ ଗୁରୁତର ସହ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇ ଥିଲେ।