ପ୍ରଧାନ ଆଚାର୍ଯ୍ୟଙ୍କ ସ୍ୱେଚ୍ଛାଚାରୀ ଶାସନରେ ଅତିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ: ବଦଳି ଦାବିରେ ବସିଲେ ଧାରଣାରେ

Published By : Prameya-News7 Bureau | June 23, 2025 IST

ଭଦ୍ରକ ୨୩/୦୬: ପ୍ରଧାନ ଆଚାର୍ଯ୍ୟଙ୍କ ଦୁର୍ବ୍ୟବହାର ଓ ସ୍ୱେଛାଚାରୀ ଶାସନରେ ଅତିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଫଳରେ ଧାରଣାରେ ବସିଲେ ସ୍କୁଲର ୬୦ ରୁ ଉର୍ଦ୍ଧ୍ୱ ଗୁରୁମା ଓ ଗୁରୁଜୀ । ଭଦ୍ରକ ସହରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁରୁମା ଗୁରୁଜୀ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି । ପ୍ରଧାନ ଆଚାର୍ଜ୍ୟଙ୍କ ବଦଳି ଦାବି କରି ଏହି ଧାରଣା ଦିଆଯାଇଛି । 

ଦୀର୍ଘ ଦିନ ଛୁଟି ପରେ ଆଜି ସ୍କୁଲ ଖୋଲିଛି । ଶିଶୁ ବିଦ୍ୟାମନ୍ଦିର ଖୋଲିବା ପୂର୍ବରୁ ସ୍କୁଲର ସମସ୍ତ ଗୁରୁଜୀ ଗୁରୁମା ଏକତ୍ରିତ ହୋଇ ଏହି ଧାରଣା ଦେଇଛନ୍ତି । ଧାରଣାରେ ବସିଥିବା ଗୁରୁମା ମାନେ ଅଭିଯୋଗ ଆଣିଛନ୍ତି ଯେ ପ୍ରଧାନ ଆଚାର୍ଯ୍ୟ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଅନେକ ସମୟରେ ଅଶୋଭନୀୟ କଥା କହିଥାନ୍ତି । ଏହି ବିଷୟରେ ପୂର୍ବରୁ ଶିକ୍ଷା ବିକାଶ ସମିତି ସହ ସଙ୍କୁଳରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ସମସ୍ୟାର ସମାଧାନ ନ ହେବାରୁ ଶେଷରେ ଧାରଣା ଦେଇଛନ୍ତି । 


ସ୍କୁଲ କମିଟି ସଦସ୍ୟ ପହଞ୍ଚି ବୁଝାସୁଝା କଲେ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି । ଅନ୍ୟପଟେ ଗୋଟେ ମାସ ମଧ୍ୟରେ ତଦନ୍ତ କରି ସମାଧାନ କରାଯିବ ବୋଲି କହିଛନ୍ତି ସ୍କୁଲ କମିଟି ସଂପାଦକ । ଅଭିଯୋଗ ର ସତ୍ୟତା ଥିଲେ ପ୍ରଧାନ ଆଚାର୍ଯ୍ୟ ହୁଅନ୍ତୁ କିମ୍ବା ଗୂରୁମା ଓ ଗୁରୁଜୀ ତାଙ୍କ ବଦଳି ପାଇଁ ଶିକ୍ଷା ବିକାଶ ସମିତିକୁ ସୁପାରିଶ କରାଯିବା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.