ନିଆରା ଢଙ୍ଗରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ଗାଁ ପରିକ୍ରମା କଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

Published By : Prameya-News7 Bureau | July 01, 2025 IST

ଚଣ୍ଡିଖୋଲ ୦୧।୦୭ : ନିଆରା ଢଙ୍ଗରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା । ଶିକ୍ଷକଙ୍କ ଅବସର ପରେ ନିଆରା ଢଙ୍ଗରେ ଦୁଇ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ। 

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରଧାନଶିକ୍ଷକ ଜୟନ୍ତ କୁମାର ପରିଡ଼ା ଓ ସହକାରୀ ଶିକ୍ଷକ ବିଜୟ କୁମାର ପରିଡ଼ା ଚାକିରୀରୁ ଅବସର ନେଇଛନ୍ତି । ଏହାପରେ ଦୁଇ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନା ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ସମ୍ବର୍ଦ୍ଧନା ଦେଇଛନ୍ତି । ଦୁଇ ଶିକ୍ଷକଙ୍କୁ ବାଜା ବଣ ଫୁଟାଇ ବାଇକ୍‌ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଥିଲେ । ଏପିରିକି ବିଭିନ୍ନ ସ୍ଥାନରେ ମହିଳାମାନେ ଦୁଇ ଶିକ୍ଷକଙ୍କୁ ପୂଜାର୍ଚ୍ଚନା କରିଥିଲେ । ଦୁଇ ଶିକ୍ଷକ ବହୁ ବର୍ଷ ଧରି ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିବା ସମୟରେ ବହୁ ଛାତ୍ରଛାତ୍ରୀ ଗଢି ତୋଳିଛନ୍ତି । ବିଦ୍ୟାଳୟର ଉନ୍ନତିରେ ମଧ୍ୟ ଦୁଇ ଶିକ୍ଷକ ବହୁ ଅବଦାନ ରହିଛି । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ସହ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ ଦୁଇ ଶିକ୍ଷକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.