News7 Logo

ଜାଭେଦ ଅଖତରଙ୍କୁ କୋଲକାତାରେ ପ୍ରବେଶ ମନା, ହେଲେ ସମସ୍ତେ ଚୁପ୍: ପଶ୍ଚିମବଙ୍ଗ ସରକାରଙ୍କୁ ତସଲୀମାଙ୍କ ଟାର୍ଗେଟ୍

NEWS7
 Taslima Nasreen support Javed Akhtar

ନୂଆଦିଲ୍ଲୀ: ଦିନେ ବାଂଲାଦେଶୀ ଲେଖିକା ତସଲୀମାନ ନସରୀନଙ୍କୁ ମୌଳବାଦୀ ମୁସଲମାନେ ତୀବ୍ର ବିରୋଧ କରି ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଆସିବାକୁ ଦେଇ ନଥିଲେ। ହେଲେ ସେତେବେଳେ ତସଲୀମାଙ୍କ ସମର୍ଥନରେ ବାହାରିଥିଲେ ବିଶିଷ୍ଟ ଲେଖକ ଜାଭେଦ ଅଖତର। ହେଲେ ଦୁର୍ଭାଗ୍ୟବଶତଃ ଆଜି ସେଇ ଜାଭେଦ୍ ଅଖତରଙ୍କୁ ପଶ୍ଚିମବଙ୍ଗର ସରକାରୀ ଉର୍ଦ୍ଦୁ ଆକାଡେମୀକୁ କବିତା ପଠାକୁ କାର୍ଯ୍ୟକ୍ରମକୁ ଆସିବାକୁ ଦିଆଗଲା ନାହିଁ। ମୌଳବାଦୀଙ୍କ ବିରୋଧ ଯୋଗୁ ୟୁନିଭର୍ସିଟି ବାଧ୍ୟ ହେଇ କାର୍ଯ୍ୟକ୍ରମ ରଦ୍ଦ କରିଛି। ହେଲେ ପଶ୍ଚିମବଙ୍ଗ ବୁଦ୍ଧି ଜୀବି ନିରବ ରହିବ ସବୁ ଦେଖୁଛନ୍ତି। ଯାହାକୁ ନେଇ ଟାର୍ଗେଟ୍‌ କରିଛନ୍ତି ତସଲୀମା ନସରୀନ।

କିନ୍ତୁ, ଆଜି ଜାଭେଦ ଅଖତରଙ୍କୁ କୋଲକାତାକୁ ଆଣିବା ଏବଂ ମୌଳବାଦୀମାନଙ୍କୁ ପରାସ୍ତ କରିବା ପାଇଁ କେହି ଜାଭେଦ ଅଖତର ନାହାନ୍ତି।ବୋଲି ତସଲିମାନ ପୋଷ୍ଟ କରି ଲେଖିଛନ୍ତି। ବାଂଲାଦେଶର ଇସଲାମିକ ମୌଳବାଦୀମାନଙ୍କ ଦ୍ୱାରା ଅନେକ ଫତୱା ଏବଂ ତାଙ୍କ ଜୀବନ ପ୍ରତି ବିପଦ ପରେ ତସଲିମା ନସରିନ ୧୯୯୪ ମସିହାରୁ ବାଂଲାଦେଶରୁ ବିଦା ହୋଇ ନିର୍ବାସନରେ ଜୀବନ କାଟୁଛନ୍ତି। ଲଜ୍ଜା ଏବଂ ନିର୍ବାଚିତୋ ସ୍ତମ୍ଭ ସମେତ ବାଂଲାଦେଶରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଦୁର୍ଦ୍ଦଶାକୁ ନେଇ ପୁସ୍ତକ ଲେଖିଥିବା ଏହି ଲେଖିକା ଇସଲାମ ମୌଳବାଦୀଙ୍କ ଜଣେ କଠୋର ସମାଲୋଚକ। ତେଣୁ ତାଙ୍କୁ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ନିର୍ବାସନ ଭୋଗିବାକୁ ପଡ଼ୁଛି।

ତେଣୁ ସେ ଇସ୍ଲାମିକ ମୌଳବାଦୀଙ୍କୁ ବିରୋଧ କରି ଆସୁଛନ୍ତି। ଜାଭେଦ ଅଖତର ମାମଲାରେ ମମତା ବାନାର୍ଜୀଙ୍କ ସରକାରଙ୍କର ଇସଲାମିକ ଗୋଷ୍ଠୀମାନଙ୍କ ନିକଟରେ ନିରବ ରହିବାକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ମଧ୍ୟ ତସଲୀମା ନସରୀନ ବି ରହିଛନ୍ତି।

ମମତା ବାନାର୍ଜୀ ସରକାରଙ୍କ ଦ୍ୱାରା ପରିଚାଳିତ ଉର୍ଦ୍ଦୁ ଏକାଡେମୀ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାରି ଦିନିଆ ସାହିତ୍ୟ ମହୋତ୍ସବ, ‘ହିନ୍ଦୀ ସିନେମାରେ ଉର୍ଦ୍ଦୁ ଆୟୋଜିତ ହେବାର ଥିଲା।  ଯେଉଁଥିରେ ଆଲୋଚନା, କବିତା ପାଠ ଏବଂ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ସିନେମାରେ ଭାଷାର ଛାପକୁ ପାଳନ କରାଯାଇଥାନ୍ତା। ଏଥିରେ ଜାଭେଦ ଅଖତରଙ୍କୁ ସେପ୍ଟେମ୍ବର ୧ ରେ ମହୋତ୍ସବର ମୁଖ୍ୟ ଅତିଥି ଭାବରେ ଏକ ମୁଶାୟରାରେ(କବିତା ପାଠ) ଅଧ୍ୟକ୍ଷତା କରିବାକୁ ନିମନ୍ତ୍ରଣ କରାଯାଇଥିଲା।

ଅଖତର ଜଣେ ନାସ୍ତିକ ବୋଲି କହି କୋଲକାତାର ଏକାଧିକ ମୌଳବାଦୀ ମୁସ୍ଲିମ ସଂଗଠନ ୟୁନିଭର୍ସିଟିର ଏଭଳି ପଦକ୍ଷେପକୁ ବିରୋଧ କରିଥିଲେ। ଅଖତର ଆସିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ବି ଦେଇଥିଲେ। ଅଶାନ୍ତିର ଆଶଙ୍କା କରି ଉର୍ଦ୍ଦୁ ଏକାଡେମୀ  ଅନିବାର୍ଯ୍ୟ ପରିସ୍ଥିତି ଯୋଗୁ ଏହି ମହୋତ୍ସବ ସ୍ଥଗିତ ରଖାଯିବ। ବୋଲି ଘୋଷଣା କରିଥିଲା।

ଯାହାକୁ ନେଇ ତସଲୀମା ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ନିଜର ପୂର୍ବ ଇତିହାସକୁ ମନେ ପକାଇ ସେ ଏକ୍ସରେ ଲେଖିଛନ୍ତି ୨୦୦୦ ମସିହାରେ, ମୁଁ ମୁମ୍ବାଇରେ ମୋ ପୁସ୍ତକର ମରାଠୀ ଅନୁବାଦ ଉନ୍ମୋଚନ ଉତ୍ସବରେ ଯୋଗଦେବାର ଥିଲା। ସେହି ସମୟରେ ମୁମ୍ବାଇର ମୁସଲିମ ମୌଳବାଦୀମାନେ ଘୋଷଣା କରିଥିଲେ ଯେ ଯଦି ମୁଁ ସହରରେ ପାଦ ରଖେ, ତେବେ ବିମାନବନ୍ଦର ପୋଡ଼ି ଦିଆଯିବ। ଅସୁବିଧା ଏଡାଇବା ପାଇଁ, ମୁଁ ମୁମ୍ବାଇ ଯିବାକୁ ଚାହୁଁ ନଥିଲି।

ଏହି ସମୟରେ ଜାଭେଦ ଅଖତାର ନସରିନଙ୍କୁ ତାଙ୍କ କାର୍ଯ୍ୟକ୍ରମ ପାଇଁ ଯିବାକୁ କହିଥିଲେ ଏବଂ ଶବାନା ଆଜମୀ, ମହେଶ ଭଟ୍ଟ ଏବଂ ମରାଠୀ ପ୍ରକାଶକ ଅଶୋକ ସାହାନୀଙ୍କ ସହିତ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ମଧ୍ୟ ଯାଇଥିଲେ। ତସଲୀମା ଲେଖଛନ୍ତି ସେ ହିଁ ମୋ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ସେହି ଦିନ ଧାରା ୧୪୪ ବଳବତ୍ତର ଥିଲା। ଯେଉଁ ମୌଳବାଦୀମାନେ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେହି ଦିନ, ସେମାନେ ଅନୁଭବ କରିଥିଲେ ଯେ ଏକ ଗଣତାନ୍ତ୍ରିକ ଦେଶରେ, ମୁକ୍ତ ମତବ୍ୟକ୍ତ ବିରୁଦ୍ଧରେ ଧାର୍ମିକ ହିଂସା ସଫଳ ହୋଇପାରିବ ନାହିଁ।

ଜାଭେଦ ଅଖତର ମଧ୍ୟର ଖୋଲାଖୋଲି ଧାର୍ମିକ କଟ୍ଟରତାକୁ ବିରୋଧ କରନ୍ତି। ଏଥିପାଇଁ ତାଙ୍କୁ ଉଭୟ ହିନ୍ଦୁ ଓ ମୁସ୍ଲିଙ୍କ ଠାରୁ ଆକ୍ରୋଶର ଶିକାର ହେବାକୁ ପଡ଼େ ବୋଲି ସେ କୁହନ୍ତି। ଆଜି ତାଙ୍କୁ କୋଲକାତା ୟୁନିଭର୍ସିଟିରେ ବିରୋଧ କରିବାକୁ ନେଇ ନସରୀନ ଲେଖିଛନ୍ତି ଆଜି କୋଲକାତାରେ, ଅଭିବ୍ୟକ୍ତିର ସ୍ୱାଧୀନତା, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ପାଇଁ ଉଚ୍ଚ ସ୍ୱରରେ କହିବାକୁ କେହି ନାହାନ୍ତି। ଯେପରି ମୋତେ କୋଲକାତାରୁ ବାହାର କରିଦିଆଯିବା ସମୟରେ ସେମାନଙ୍କର ଓଠ ବନ୍ଦ ଥିଲା, ସେହିପରି ଏବେ ଜାଭେଦ ଅଖତରଙ୍କୁ ସହରରେ ପ୍ରବେଶ କରିବାରୁ ବାରଣ କରାଯିବା ପରେ ସେମାନଙ୍କର ଓଠ ବନ୍ଦ ରହିଛି।