ପୋଲିସ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଏସପିଙ୍କୁ ଭେଟିଲେ ବ୍ୟାଙ୍କ କର୍ମଚାରୀ

NEWS7
tara-bahinipati-burst-out-on-niranjan-patnaik

ଭଦ୍ରକ ୨୦।୦୨ : ଏସପିଙ୍କୁ ଭେଟିଲେ ବ୍ୟାଙ୍କ କର୍ମଚାରୀ । ଋଣ ଖିଲାପୀଙ୍କୁ ପୋଲିସ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଏସପିଙ୍କୁ ଭେଟିଲେ ବ୍ୟାଙ୍କ କର୍ମଚାରୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଞ୍ଜୁରୀରୋଡ ଲକ୍ଷ୍ମୀବଜାରରେ ଭଣ୍ଡାରିପୋଖରୀ ଥାନାର କାର୍ଯ୍ୟରତ ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଉପରେ ଆକ୍ରମଣ ହୋଇଥିଲା ।

ଖବର ଅନୁଯାୟୀ, ଗତ ଜାନୁଆରୀ ୨୧ ତାରିଖ ବିଳମ୍ବିତ ରାତିରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା । ଏଥିନେଇ ଥାନାରେ ମାମଲା ରୁଜୁ ହୋଇ କିଛି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଏକ ଘରୋଇ ବ୍ୟାଙ୍କ ପକ୍ଷରୁ ଜନୈକ ବ୍ୟକ୍ତିଙ୍କୁ କାର୍ ଋଣ ଯୋଗାଇ ଦିଆଯାଇଥିଲା । ମାତ୍ର ସେହି କାର ମଞ୍ଜୁରୀରୋଡ ଲକ୍ଷ୍ମୀବଜାରର ଜନୈକ ବ୍ୟକ୍ତି ବ୍ୟବହାର କରୁଥିଲେ । କାର କିସ୍ତି ୨୪ ମାସ ଧରି ପୈଠ ହେଉନଥିବାରୁ ବ୍ୟାଙ୍କ ପକ୍ଷରୁ କାରକୁ ଲୋକେସନ ଟ୍ରାକ କରାଯାଇ ମଞ୍ଜୁରୀରୋଡ ଲକ୍ଷ୍ମୀବଜାରରୁ ଠାବ କରାଯାଇଥିଲା । ବ୍ରେକ ଡାଉନ ଥିବାରୁ କାରକୁ ନିଆଯାଇପାରିନଥିଲା। ବିଳମ୍ବିତ ରାତିରେ କାରକୁ ଜଗି ରହିବା ସହ ସକାଳୁ ଆଣିବା ପାଇଁ ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଲକ୍ଷ୍ମୀ ବଜାରକୁ ଯାଇଥିଲେ । ସେଠାରେ କାର୍ ବ୍ୟବହାରୀଙ୍କ କିଛି ସହଯୋଗୀ ହୋମଗାର୍ଡ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ହୋମଗାର୍ଡ ଗୁରୁତର ହୋଇଥିଲେ। ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି । ତେବେ ଆକ୍ରମଣକାରୀ ମାଡ଼ରେ ସୁଶାନ୍ତଙ୍କ ବାମ ପଟ ଆଖି ନଷ୍ଟ ହେବାକୁ ବସିଥିବା ବେଳେ ଅନ୍ୟପଟେ ବ୍ୟାଙ୍କର ଅନ୍ୟ ଦୁଇ କର୍ମଚାରୀ ମଧ୍ୟ ଗୁରୁତର ଅଛନ୍ତି । ଏନେଇ ଭଦ୍ରକ ଏସପି ମନୋଜ ରାଉତଙ୍କୁ ଭେଟିଛନ୍ତି ବ୍ୟାଙ୍କ କର୍ମଚାରୀ ସତ୍ୟହରି ପୁହାଣ । ତଦନ୍ତକୁ ତ୍ୱରାନ୍ୱିତ ଏବଂ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।