ଚେନ୍ନାଇ: କେନ୍ଦ୍ର ଓ ଷ୍ଟାଲିନ୍ ସରକାର ଭାଷା ବିବାଦରେ ଛନ୍ଦି ହେଲା ଆଉ ଏକ ବିବାଦ। ତାମିଲ୍ ଭାଷାକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍, ରାଜ୍ୟ ବଜେଟରୁ '₹' ଚିହ୍ନକୁ ହଟାଇ ଦେଇଛନ୍ତି । ଏହା ବଦଳରେ ସେହି ସ୍ଥାନରେ ତାମିଲ ଶବ୍ଦ 'ரூ'କୁ ରଖାଯାଇଛି ।
ସୂଚନା ଅନୁଯାୟୀ, ପୂରା ଦେଶର କାରବାରରେ ରୂପି ବା '₹' ଚିହ୍ନକୁ ବ୍ୟବହାର କରାଯାଉଛି । ଏହି '₹' ଚିହ୍ନ ବଜେଟର ପ୍ରତୀକ ବୋଲି କୁହାଯାଏ । ମାତ୍ର ତାମିଲନାଡ଼ୁ ସରକାର ଏହାକୁ ବଜେଟ୍ ବୁକ୍ରୁ ରିପ୍ଲେସ୍ କରି ଦେଇଛନ୍ତି । ଏହି ଚିହ୍ନ ବଦଳରେ ଯେଉଁ ଚିହ୍ନକୁ ରଖାଯାଇଛି, ତାହା ତାମିଲ୍ ଅକ୍ଷର ‘ରୁ’ ଅଟେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୌଣସି ରାଜ୍ୟ ସରକାର ନିଜ ବଜେଟରୁ '₹' ଚିହ୍ନକୁ ହଟାଇ ଦେଇଛି ।
ଅନ୍ୟପଟେ ଦେଖିବାକୁ ଗଲେ, '₹' ଚିହ୍ନକୁ ଡିଏମରେ ପାର୍ଟିର ନେତା ଉଦୟ କୁମାର ଧର୍ମାଲିଙ୍ଗମ୍ ଡିଜାଇନ୍ କରିଥିଲେ । ସେ ଏନ୍ ଧର୍ମାଲିଙ୍ଗମଙ୍କ ପୁଅ ଅଟନ୍ତି । ୨୦୧୦ରେ ରୁପି ଚିହ୍ନର ଡିଜାଇନ୍ କରିବା ପରେ ଏହାକୁ ୟୁପିଏ ସରକାର ସରକାରୀ ଭାବେ ଗ୍ରହଣ କରିଥିଲେ । ହେଲେ ବର୍ତ୍ତମାନ ଉଦୟ କୁମାର ଧର୍ମାଲିଙ୍ଗମଙ୍କ ଡିଏମକେ ପାର୍ଟି ନିଜ ବଜେଟରୁ ଏହି ଚିହ୍ନକୁ ହଟାଇ ଦେଇଛି ।
ତାମିଲନାଡୁ ସରକାରଙ୍କ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେଉଁ ସମୟରେ ହିନ୍ଦୀ ଭାଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରୁ ତୁତୁ ମେମେ ଜାରି ରହିଛି । ତାମିଲନାଡୁରେ ହିନ୍ଦୀ ଭାଷାକୁ ଘୋର୍ ବିରୋଧ କରାଯାଉଛି । ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ଜୋର ଜବରଦସ୍ତ ହିନ୍ଦୀ ଭାଷା କହିବାକୁ ବାଧ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କେନ୍ଦ୍ର ଉପରେ ଅଭିଯୋଗ ଲଗାଇଛନ୍ତି ।