କେନାଲ ଖୋଳାକୁ ନେଇ ମାର୍‌ପିଟ୍‌, ବ୍ୟାପକ ପୋଲିସ ଫୋର୍ସ ମୁତୟନ

NEWS7
tahabur-rana-on-18-day-remand-nia-will-ask-30-questions

ବ୍ରହ୍ମଗିରି ୧୫।୧୨ : କେନାଲ ଖୋଳାକୁ ନେଇ ବିବାଦ । ପୁରୀ ଜିଲ୍ଲା ହରିଦାସ ଓ କୁସୁବେଣ୍ଟି ଗାଁ ମଧ୍ୟରେ ଗଣ୍ଡଗୋଳ । ବିରୋଧ କରି କେନାଲ ନିକଟରେ ଶୋଇପଡିଲେ ଏକାଧିକ ମହିଳା ।

ଖବର ଅନୁଯାୟୀ, ଗାଁରେ ଚାଲିଥିଲା କେନାଲ ଖୋଳା ।ଯାହାକୁ ବିରୋଧ କରୁଥିଲେ ସ୍ଥାନୀୟ ଲୋକେ । ଏପିରିକି କେନାଲ ନଖୋଳାଇ ଦେବାକୁ ହରିଦାସ ଗାଁ ମହିଳାଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଏପିରିକି କେନାଲ ପାଖରେ ବିରୋଧ କରାଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହରିଦାସ ଓ କୁସୁବେଣ୍ଟିର ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲେ । ସେପଟେ ଘଟଣାସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ସହ ଗାଁ ଲୋକଙ୍କ ମୁହାଁମୁହିଁ ହୋଇଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଘଟଣାସ୍ଥଳରେ ଶୋଇଲେ ଏକାଧିକ ଲୋକେ ।