ଦୁବାଇରେ ଫସିଛନ୍ତି ବ୍ରହ୍ମପୁରର ୨୦ରୁ ଅଧିକ ଲୋକ, ଉଦ୍ଧାର ପାଇଁ ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

NEWS7
tahabur-rana-on-18-day-remand-nia-will-ask-30-questions

ବ୍ରହ୍ମପୁର: ମଧ୍ୟପ୍ରାଚ୍ୟରେ ଚାଲିଛି ସଂଘର୍ଷ। ଆମେରିକା- ଇସ୍ରାଏଲର ଆକ୍ରମଣ ଯୋଗୁ ଇରାନରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମେନେଇଙ୍କ ମୃତ୍ୟୁ ଘଟିଛି। ଅବଶ୍ୟ ତାଙ୍କ ପରେ ନୂଆ ମଜତାବା ଖେମେନେଇଙ୍କୁ ନୂଆ ସର୍ବୋଚ୍ଚ ନେତା ଘୋଷଣା କରାଯାଇଛି। କିନ୍ତୁ ଇରାନ ଏହି ଆକ୍ରମଣ ପ୍ରତିଶୋଧ ନେବାକୁ ଯାଇ ପଡ଼ୋଶୀ ଦେଶରେ ଥିବା ଆମେରିକା ବେସ ଉପରକୁ ଘନ ଘନ ଆକ୍ରମଣ କରୁଛି। ଫଳରେ ଦୁବାଇ ଭଳି ଦେଶରେ ଫସିଛନ୍ତି ଲକ୍ଷ ଲକ୍ଷ ଭାରତୀୟ ତଥା ଅନେକ ଓଡ଼ିଆ।

ଏହିକ୍ରମରେ ଦୁବାଇରେ ଫସି ରହିଛନ୍ତି ବ୍ରହ୍ମପୁରର ୨୪ ଜଣ। ଅବଶ୍ୟ ସୋମନଙ୍କୁ ତୁରନ୍ତ ଉଦ୍ଧାର ଏବଂ ସ୍ଥାନାନ୍ତର ପାଇଁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ନିକଟକୁ ଅନୁରୋଧ ପତ୍ର ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।

ଏହି ନାଗରିକମାନେ ୨୦୨୬ ଫେବ୍ରୁଆରୀ ୨୫ରେ ଏକ ଗସ୍ତ ପାଇଁ ଦୁବାଇ ଯାତ୍ରା କରିଥିଲେ ଏବଂ ୨୦୨୬ ମାର୍ଚ୍ଚ ୨ରେ ଇଣ୍ଡିଗୋ ଏୟାରଲାଇନ୍ସ ମାଧ୍ୟମରେ ଫେରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ, ମଧ୍ୟପ୍ରାଚ୍ୟରେ ହଠାତ୍ ଯୁଦ୍ଧ ଏବଂ ପରବର୍ତ୍ତୀ ସମୟରେ ଆକାଶପଥ ବନ୍ଦ ହେବା ଯୋଗୁ, ସେମାନଙ୍କର ବିମାନ ଉଡ଼ାଣ ବାତିଲ ହୋଇଥିଲା, ଯାହା ଫଳରେ ସେମାନେ ଆଉ ବ୍ରହ୍ମପୁର ଫେରି ପାରିନାହାନ୍ତି। ଫସିଥିବା ଲୋକଙ୍କ ମଧ୍ୟରେ ୨୩ ଜଣ ବୟସ୍କ ଥିବାବେଳେ ଜଣେ ୧୧ ବର୍ଷର ଶିଶୁ ଅଛନ୍ତି।