ନୂଆଦିଲ୍ଲୀ ୧୭।୦୪: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ୍ ଏସ୍ ଧୋନି । କ୍ରିକେଟର ସବୁଠାରୁ ପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ । କେବଳ ଶାନଦାର୍ ପ୍ରଦର୍ଶନ ପାଇଁ ନୁହେଁ ବରଂ ତାଙ୍କର ନମ୍ରତା ପାଇଁ ମଧ୍ୟ ସେ ବେଶ୍ ଜଣାଶୁଣା । ତାଙ୍କର ଶାନ୍ତ ଆଚରଣ ଏବଂ ନମ୍ର ସ୍ୱଭାବ ପାଇଁ ସେ ଖୁବ୍ ଜଣାଶୁଣା । ଏବେ ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଧୋନି ।
ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ସେଲ୍ଫି ନେଇଛନ୍ତି କ୍ୟାପଟେନ୍ କୁଲ୍ । ଆଉ ଏଥିପାଇଁ ସେ ସୁରକ୍ଷାକର୍ମୀ ଓ ପୋଲିସ କର୍ମଚାରୀଙ୍କୁ ଅଟକାଇ ଥିଲେ । ଆଉ ବିମାନବନ୍ଦରରେ ଯିବା ସମୟରେ ହ୍ୱିଲଚେୟାରରେ ବସିଥିବା ଜଣେ ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଥିଲେ ।
ବାସ୍ତବରେ ଧୋନୀ ବିମାନ ବନ୍ଦରରେ ଯିବା ସମୟରେ ହ୍ୱିଲଚେୟାରରେ ବସିଥିବା ଜଣେ ପ୍ରଶଂସକ ତାଙ୍କୁ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ । ଧୋନି ତୁରନ୍ତ ଅଟକି ଯାଇଥିଲେ ଏବଂ ତାଙ୍କ ସହ ଫଟୋ ଉଠାଇଥିଲେ । ଯାହାର ଭିଡିଓ ସୋଶିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତଟି ଆଇପିଏଲ ୨୦୨୫ର LSG ବିପକ୍ଷରେ ବିଜୟ ପରେ ଆସିଥିଲା। ଧୋନି ମ୍ୟାଚ୍ ବିଜୟୀ ଭୂମିକା ଗ୍ରହଣ କରିଥିଲେ । ମାତ୍ର ୧୧ ବଲ୍ରେ ଅପରାଜିତ ୨୬ ରନ୍ କରି ସିଏସ୍କେକୁ ୧୬୭ ରନ୍ର ଲକ୍ଷ୍ୟକୁ ପିଛା କରିବାରେ ସାହାଯ୍ୟ କରିଥିଲେ।
ସୋମବାର ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ସିଏସ୍କେ ଏଲ୍ଏସ୍ଜି ବିପକ୍ଷରେ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା । ଯାହା ଚାରି ମ୍ୟାଚ୍ର ପରାଜୟ ଧାରାବାହିକର ଅନ୍ତ ଘଟାଇଥିଲା।