ମୁମ୍ୱାଇ : ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଭାଇ ଫୈସଲ ଖାନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଫୈସଲ ନିଜ ଲାଇଫ୍ରେ ଅନେକ ଉଠାଣି ଗଡ଼ାଣି ଦେଖିଛନ୍ତି। ତାଙ୍କର ଫିଲ୍ମ କ୍ୟାରିୟର ମଧ୍ୟ ସେମିତି କିଛି ଭଲ ନଥିଲା। ନିକଟରେ ଫୈସଲ ଏକ ଇଣ୍ଟରଭ୍ୟୁରେ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଅମିର ଖାନ ତାଙ୍କୁ ମୁମ୍ୱାଇ ସ୍ଥିତ ନିଜ ଘରେ ବର୍ଷକରୁ ଅଧିକ ସମୟ ଯାଏ ବନ୍ଦ କରି ରଖି ଥିଲେ।
ପିଙ୍କଭିଲାକୁ ଦେଇଥିବା ଇଣ୍ଟରଭ୍ୟୁ ଫୈସଲ କହିଛନ୍ତି, ତାଙ୍କ ପରିବାରର କହିବା ଥିଲା ଯେ, ସେ ସିଜୋଫ୍ରେନିଆ ( ଏକ ଗୁରୁତର ମାନସିକ ବ୍ୟାଧି, ଯାହା ବ୍ୟକ୍ତିର ଚିନ୍ତାଧାରା , ଅନୁଭବକୁ ପ୍ରଭାବିତ କରେ)ରେ ପୀଡ଼ିତ। ସେ ଜଣେ ପାଗଳ ବ୍ୟକ୍ତି ଏବଂ ସମାଜରେ କ୍ଷତି କରି ପାରନ୍ତି। ନିଜର ମୁସ୍କିଲ ସମୟ ବିଷୟରେ ଫୈସଲ ଏହା ମଧ୍ୟ କହିଛନ୍ତି ଯେ, ବର୍ଷକ ପରେ କଣ ହେଲା।
ଫୈସଲ ଖାନଙ୍କ ଦାବି ଯେ, ତାଙ୍କ ଭାଇ ଅମିର ଖାନ ତାଙ୍କୁ ବର୍ଷେ ଯାଏ ଘରେ ବନ୍ଦ କରି ରଖି ଥିଲେ। ସେ କହିଥିଲେ ଯେ, ଏହି ସମୟରେ ସେ ଭାବିଲେ ଯେ କୌଣସି ଜାଲରେ ଫସି ଯାଇଛନ୍ତି। ଫୈସଲ କହିଥିଲେ- ସେ କହୁଥିଲେ ଯେ ମୋତେ ସିଜୋଫ୍ରେନିଆ ହୋଇଛି ଏବଂ ମୁଁ ପାଗଳ ହୋଇ ଯାଇଛି। ମୁଁ ସମାଜରେ ଲୋକଙ୍କର କ୍ଷତି କରିପାରେ। ଏସବୁ କଥା ଚାଲିଥିବା। ମୁଁ ନିଜକୁ ଦେଖୁ ଥିଲି ଯେ , ମୁଁ ଏ ଚକ୍ରବ୍ୟୁହରୁ କେମିତି ବାହାରିବି। ମୁଁ ସେଥିରେ ଫସି ଯାଇଥିଲି,କାରଣ ସାରା ପରିବାର ମୋ ବିରୋଧରେ ଯାଉଥିଲା। ସମସ୍ତେ ମୋକେ ପାଗଳ ଭାବୁ ଥିଲେ।
ଫୈସଲ ଖାନ ପୁରୁଣା ଦିନକୁ ମନେପକାଇ କହିଛନ୍ତି ,ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଥିଲି ଏବଂ ଆଶା କରୁଥିଲି ଯେ, ମୋ ବାପା ସାହାଯ୍ୟ ପାଇଁ ଆସିବେ। ଅମିର ମୋତେ ବର୍ଷେ ଯାଏ ଘରେ କଏଦ କରି ଦେଇ ଥିଲେ। ମୋର ମୋବାଇଲ ଫୋନ ନେଇଯାଇ ଥିଲେ , ମୁଁ ବାହାରକୁ ଯାଇ ପାରୁ ନଥିଲି। ବଡ଼ିଗାର୍ଡ ମୋ ରୁମର ବାହାରେ ରହୁଥିଲେ। ସେମାନେ ଔଷଧ ଦେଉଥିଲେ। ଫୈସଲ କହିଥିଲେ ଯେ, ବର୍ଷକ ପରେ , ଯେତେବେଳେ ସେ ଜିଦି କଲେ ତ ଅମିର ତାଙ୍କୁ ଆଉ ଏକ ଘରେ ରହିବାକୁ ଦେଲେ।
ଏହା ବ୍ୟତୀତ ଫୈସଲ ଏହା ମଧ୍ୟ କହିଛନ୍ତି ଯେ, ଅମିର ଓ ତାଙ୍କର ସଂପର୍କରେ ଉଠାଣି ଗଡ଼ାଣି ରହିଛି। ଫୈସଲ କହିଥିଲେ ଯେ, ଜେଜେ ହସ୍ପିଟାଲରେ ୨୦ ଦିନ ଯାଏ ତାଙ୍କର ମାନସିକ ମୂଲ୍ୟାଙ୍କନ କରାଯାଇ ଥିଲା, ଏହାପରେ ତାଙ୍କୁ ସୁସ୍ଥ ଓ ମାନସିକ ଭାବେ ସୁସ୍ଥ ଘୋଷଣା କରାଯାଇ ଥିଲା।
କହି ରଖୁଛୁ କି,ଫୈସଲ ୧୯୮୮ରେ ‘କୟାମତ୍ ସେ କୟାମତ ତକ୍ ’ରେ ଖଳନାୟକର ରୋଲ୍ କରି ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ପିତାଙ୍କ ୧୯୯୦ର ଫିଲ୍ମ ‘ତୁମ୍ ମେରେ ହୋ’ ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ସେ ମଦହୋଶ ( ୧୯୯୪) ଓ ଚିନାର ଦାସ୍ତାନ-ଏ-ଇସ୍କ (୨୦୧୫) ଭଳି ଫିଲ୍ମରେ ଆକ୍ଟିଂ କରିଛନ୍ତି। ଏହାପରେ ୨୦୨୧ ମସିହାରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ ଏବଂ ଫ୍ୟାକ୍ଟ୍ରି ଫିଲ୍ମ କରିଥିଲେ। ଯେଉଁଥିରେ ସେ ଆକ୍ଟିଂ ମଧ୍ୟ କରି ଥିଲେ। ଏହା ବ୍ୟତୀତ ତାଙ୍କୁ ଅମିର ଖାନଙ୍କ ସହ ଫିଲ୍ମ ‘ମେଲା’ରେ ମଧ୍ୟ ନଜର ଆସିଥିଲେ।