ବିନିକା ୬।୮: ରାଷ୍ଟ୍ରପତି ଭବନ ଯିବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ୱାର୍ଡ ନମ୍ବର ୪ର ମହିଳା ସୁରେଖା ମଲ୍ଲିକ l ରାଷ୍ଟ୍ରପତି ଭବନକୁ ଆସନ୍ତା ୭୯ତମ ସ୍ଵାଧୀନତା ଦିବସରେ ପହଞ୍ଚିବା ପାଇଁ ନିମନ୍ତ୍ରଣ କରାଯାଇଛି l ଏନେଇ ତାଙ୍କ ପାଖକୁ ରାଷ୍ଟ୍ରପତି ଭବନରୁ ଡାକଘର ଜରିଆରେ ଚିଠି ଆସିଛି l ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l
ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବରୁ ସୁରେଖାଙ୍କ ସ୍ଵାମୀଙ୍କ ନାମରେ ଏକ ଆବାସ ଗୃହ ମଞ୍ଜୁର ହୋଇଥିଲା l ସେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ l ରାଜ୍ୟରୁ ଏକ ଗୃହ କମିଟି ତାଙ୍କ ଘରକୁ ତଦନ୍ତ ପାଇଁ ପହଞ୍ଚି ଥିଲେ l ସେହି ସମୟରେ ସୁରେଖାଙ୍କ ସ୍ଵାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିଲା l ତାର କିଛି ଦିନ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା l ଏଭଳି ଦୁଃଖଦ ଘଟଣା ପରେ ମଧ୍ୟ ସରକାରଙ୍କ ପାଖରୁ ପାଇଥିବା ସରକାରୀ ଅନୁଦାନକୁ ଉଚିତ ସମୟ ସୀମା ଭିତରେ ବ୍ୟବହାର କରିଥିଲେ l ସୁରେଖା ଚୁଡ଼ି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ l ଏହି ଘଟଣା ପରେ ରାଜ୍ୟରୁ ଆସିଥିବା ଗୃହ କମିଟି କେନ୍ଦ୍ରକୁ ଜଣାଇଥିଲେ l ତେବେ ରାଷ୍ଟ୍ରପତି ଏହି ଘଟଣା ଜାଣିବା ପରେ ସୁରେଖାଙ୍କୁ ରାଷ୍ଟ୍ରପତି ଆସନ୍ତା ସ୍ଵାଧୀନତା ଦିବସରେ ରାତ୍ରି ଭୋଜନ ପାଇଁ ନିମନ୍ତ୍ରନ କରିଛନ୍ତି l
ତେବେ ବୁଧବାର ବିନିକା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ସୁରେଖାଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତି ଭବନ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l
You Can Read:
ସରକାରୀ ଜମିରେ ଲାଗିଲା ନାଲି ପତାକା, ଅନାଧିକାର ପ୍ରବେଶ ନ କରିବାକୁ ପୋଷ୍ଟରରେ ଉଲ୍ଲେଖ