ଅଭିଯୋଗ ଶୁଣିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ଶୀଘ୍ର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

NEWS7
supreme-court-praised-narendra-modi-corona-virus

ଭଦ୍ରକ: ଜିଲ୍ଲାସ୍ତରୀୟ ଜନ ଶୁଣାଣିରେ ଅଭିଯୋଗ ଶୁଣିଲେ ମନ୍ତ୍ରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ଠାରେ ଜନଶୁଣାଣି ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଭିଯୋଗ ଶୁଣିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକେ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଏହି ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଏସପି ମନୋଜ ରାଉତଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ସମ୍ପର୍କିତ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ସମାଧାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜନ ଶୁଣାଣିରେ ମନ୍ତ୍ରୀ ନିଜେ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ନିର୍ଦ୍ଦେଶ ଦେବା ପରେ ସମସ୍ୟା ଗୁଡ଼ିକ ସମାଧାନ ଶୀଘ୍ର ହେବ ବୋଲି ଅଭିଯୋଗକାରୀ କହିଛନ୍ତି ।

also- Chandikhol : ଶୌଚ ହେବାକୁ ଯାଉଥିବା ମହିଳାଙ୍କୁ ଅଶ୍ଳୀଳ ଇଂଗିତ କରୁଥିଲେ ହୋମଗାର୍ଡ, ଖାଇଲେ ଉତ୍ତମ ମଧ୍ୟମ...

୧୭୪ଟି ଅଭିଯୋଗ ଆସିଥିବା ବେଳେ ସବୁ ଅଭିଯୋଗର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ। ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ଜନ ଶୁଣାଣି କରାଯାଉଛି ଓ ତ୍ୱରିତ କାର୍ଯ୍ୟନୁଷ୍ଠାନ ସହ ସମାଧାନ କରାଯାଉଛି।