ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ ପାଇଁ ‘ସମର୍ପଣ’, ବଜେଟରେ ଅନଲାଇନ୍ ଦାନ ପ୍ଲାଟଫର୍ମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

NEWS7
supreme-court-grants-bail-to-wasim-rizvi-haridwar-dharma-sansad-hate-speech-case

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ହିଁ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡିତ ବିକାଶ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବିକାଶ ପ୍ରକଳ୍ପ ପାଇଁ ହଜାରେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱର ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବସ୍ତୁ କିମ୍ୱା ରାଶି ଦାନ କରି କାର୍ଯ୍ୟ କରିବାରୁ ଶୁଭ ମନେ କରିଥାନ୍ତି । ଆମେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି ପ୍ରଚଳନ କରିଛୁ । ଏହି ପ୍ଲାଟଫର୍ମ ଶ୍ରୀମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହ ସମନ୍ୱିତ ଏକୀକୃତ ପ୍ରବେଶ ପଥ ମାଧ୍ୟମରେ ଭାରତ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହ ସଂଯୋଗ କରିବ । ସହଜ ସବୁଧା ପାଇଁ ଏଥିରେ ବହୁବିଧ ଦେୟ ସୁବିଧା ରହିଛି । ଏହା ସହିତ ରତ୍ନ ଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ୫ କୋଟି ଟଙ୍କ ବ୍ୟୟ ବରାଦ କରାଯାଇଛି ।