LIVE TV

ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଗତ ତିନି ରାତିରେ ୧୪ ମନ୍ଦିରରରେ କଳାକନା ବୁଲାଇଲେ ଲୁଟେରା

NEWS7
supreme-court-denied-bail-for-hemant-soren

ସୋର ୧୧: ଲଗାତାର ତିନି ରାତିରେ ମନ୍ଦିରରୁ ଲୁଟ୍ ହୋଇଛି l ଗତ ତିନି ରାତିରେ ୧୪ଟି ମନ୍ଦିରରରୁ ଲୁଟ୍ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି l ଖଇରା ସିମୁଳିଆ ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ l ଗତ ଦୁଇ ରାତିରେ ଖଇରା ୧୦ ମନ୍ଦିର ଚୋରି ପରେ ଗତକାଲି ରାତିରେ ସିମୁଳିଆ ଥାନା ଅଞ୍ଚଳରେ ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା l ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ପାଟନା ଗ୍ରାମରେ ଥିବା ୪ଟି ମନ୍ଦିରରେ ସିରିଜ୍ ଚୋରି ହୋଇଛି l ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର, ମହିଁଶାସୁରୀ ମନ୍ଦିର ଓ ସିଦ୍ଧବାସୁଳି ମନ୍ଦିରରେ ଶନିବାର ବିଳମ୍ବିତ ରାତିରେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଠାକୁରଙ୍କର ସୁନା-ରୁପାର ଚିତା, ଲକେଟ, ମୁକୁଟ, ମା ମଙ୍ଗଳାଙ୍କର ସୁନାର ମଙ୍ଗଳ ସୂତ୍ର, ରୁପାର ବେଲପତ୍ର, ରାଧାକୃଷ୍ଣ ମନ୍ଦିର ରୁପା ବଂଶୀ, ସୁନା ରୁପା ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି ଲୁଟେରା l ଲଗାତର ଭାବେ ମନ୍ଦିର ଗୁଡିକକରେ ଲୁଟ୍ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l

ସେପଟେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ଗାଁ ମର୍କୋଣା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ବନ୍ଧୁକ-ଭୁଜାଲ ଦେଖାଇ ଲୁଟ୍ କରିଛନ୍ତି । ତୁଳସୀ ପରିଡ଼ାଙ୍କ ଘରକୁ କିଛି ଅଜଣା ଦୁର୍ବୃତ୍ତ ରାତିରେ ପଶି, ଘର ଲୋକଙ୍କୁ ବାନ୍ଧି ଦେଇ ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଘଟଣା ସମୟରେ ବାସନ୍ତୀ ପରିଡ଼ା ଓ ତାଙ୍କ ପରିବାର ସଦସ୍ୟମାନେ ଘରେ ଥିଲେ । ହଠାତ୍ କିଛି ଅଜଣା ଲୋକ ଘରେ ପଶି ତାଙ୍କ ହାତ ବାନ୍ଧି ଦେଇ ଗହନା ନେଇ ପଳାଇ ଯାଇଥିବା କୁହାଯାଉଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ସିମୁଳିଆ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।