Live Live
LIVE

ଦୁଇ ସାଙ୍ଗ ଏକାଠି ଯାଇଥିଲେ ପୋଖରୀ, ପାଣିରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

NEWS7
supreme-court-curative-petition-plea-nirbhayas-accused-pawan

ଉଦଳା ୦୭।୦୩ : ବିଧିର ବିଧାନ, କେ କରିବ ଆନ। ଯେଣିକି ଟାଣଇ, ସେଣିକି ଯାଇ। ଏକାସାଙ୍ଗରେ ଚାଲିଗଲେ ଦୁଇ ସାଙ୍ଗ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନଛିପୁର ଗାଁରେ ଏମିତି କିଛି ଘଟଣା ଘଟିଛି।

ଏ ଖବର ବି ପଢନ୍ତୁ:-

ଖବର ଅନୁଯାୟୀ, ନଛିପୁର ଗାଁର ୮ ବର୍ଷର ରାଜଲକ୍ଷ୍ମୀ ଶଙ୍ଖୁଆଳ ଏବଂ ୭ ବର୍ଷର ଶୁଭସଂଧ୍ୟା ନାୟକ ଦୁଇ ଜଣ ସାଙ୍ଗ । ବେଶ୍‌ ହସଖୁସିରେ ଶନିବାର ଦିନ ଏକା ସାଙ୍ଗେ ଗାଁ ପୋଖରୀକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଦୁଇ ସାଙ୍ଗଙ୍କ ଖୁସିରେ ଲାଗିଗଲା ଗ୍ରହଣ । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣ ପାଣିରେ ବୁଡ଼ିଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ଏକାସାଙ୍ଗେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ।  

ଏ ଖବର ବି ପଢନ୍ତୁ:-

ସେପଟେ ମୃତ୍ୟୁର ଖବର ଶୁଣି ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା । କାନ୍ଦବୋବାଳିରେ ଫାଟିପଡ଼ୁଛି ପୁରା ଗାଁ । ସେହିପରି କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।