ଭୁବନେଶ୍ବର: ଆସିଲା ଅତିରିକ୍ତ ବଜେଟ୍ । ଏଥିରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେବାକୁ ମୋଟ ୧୧୬୪ କୋଟି ଟଙ୍କା ବ୍ୟବବରାଦ ହୋଇଛି । ଏହି ଅତିରିକ୍ତ ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ଥାନ ନେଇଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟରେ ମୋଟ ୧୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ କଟକ ମେଡିକାଲ କଲେଜର ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା-ଔଷଧ କ୍ରୟ ପାଇଁ ୧୪ କୋଟି ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିଭଳି ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଏହା ପୂର୍ବରୁ ଫେବ୍ରୁଆରୀ ୧୭, ୨୦୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିଥିଲେ ରାଜ୍ୟ ସରକାର । ଏଥିରେ ମୋଟ ୨.୯ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏବେ ସରକାର ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିଛନ୍ତି । ଏହି ଅର୍ଥ ରାଜ୍ୟରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଏବଂ ନୂତନ ଯୋଜନାଗୁଡ଼ିକୁ ସଂପୂର୍ଣ୍ଣ କରିବା ଲାଗି ଆବଶ୍ୟକ । ତେଣୁ ଏଭଳି ପାଣ୍ଠି ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଅତିରିକ୍ତ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ।

ଅତିରିକ୍ତ ବଜେଟର ଆବଶ୍ୟକତା

(୧)ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡକିୁ ସମ୍ପୂର୍ଣ୍ଣ ଖରିବା ପାଇଁ ଅତିରିକ୍ତ ପାଣ୍ଠି ର ଆବଶ୍ୟକତା ରହିଛି।

(୨)ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଭାରତ ସରକାରଙ୍କର ଘୋଷିତ ନୂଆ ଯୋଜନା ପାଇଁ ବ୍ୟୟବରାଦ।

(୩) ଓଡ଼ିଶା ଆକଶ୍ମୀକ ପାଣ୍ଠିରୁ ନିଆଯାଇଥିବା ଆଗ୍ରୀମ ପାଣ୍ଠିରୁ ଭରଣା।

(୪)ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ଉପସ୍ଥାପନା

କେଉଁ ବିଭାଗକୁ କେତେ ?

ଗୃହ ବିଭାଗ- ୨୬୨ କୋଟି ଟଙ୍କା

ସାଧାରଣ ପ୍ରସାଶନ ଓ ସାଧାରଣ ଅଭିଯୋଗ ବିଭାଗ-୭୫ କୋଟି ଟଙ୍କା

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ- ୪୬ କୋଟି ଟଙ୍କା

ଆଇନ ବିଭାଗ- ୫୪ କୋଟି ଟଙ୍କା

ଅର୍ଥ ବିଭାଗ-୧୪୨୨ କୋଟି ଟଙ୍କା

ବାଣିଜ୍ୟ ବିଭାଗ-୨ କୋଟି ଟଙ୍କା

ନିର୍ମାଣ ବିଭାଗ- ୯୦୦ କୋଟି ଟଙ୍କା

ଓଡିଶା ବିଧାନସଭା-୫୨ କୋଟି ଟଙ୍କା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-୪୩୨୯ କୋଟି ଟଙ୍କା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ-୨୦୦୦ କୋଟି ଟଙ୍କା

ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ-୫୩୧

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ-୧,୧୫୯ କୋଟି ଟଙ୍କା

ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ-୩୦୩ କୋଟି ଟଙ୍କା

ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ-୯ କୋଟି ଟଙ୍କା

ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ-୩୫୩ କୋଟି ଟଙ୍କା

ଶିଳ୍ପ ବିଭାଗ-୩୨୬ କୋଟି ଟଙ୍କା

ଜଳ ସମ୍ପଦ ବିଭାଗ-୨୦୫ କୋଟି ଟଙ୍କା

ପରିବହନ ବିଭାଗ-୮୨ କୋଟି ଟଙ୍କା

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ-୫୭୬ କୋଟି ଟଙ୍କା

କୃଷି ଓ କୃଷକ ସଶକ୍ତିକରଣ-୮୫୮ କୋଟି ଟଙ୍କା

ସୂଚନା ଓ ଲୋକ ସମ୍ପର୍କ ବିଭାଗ- ୨ କୋଟି ଟଙ୍କା

ଅବକାରୀ ବିଭାଗ-୪୨ କୋଟି ଟଙ୍କା

ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗ- ୭ କୋଟି ଟଙ୍କା

ଗ୍ରାମ୍ୟ ଉନ୍ନୟନ ବିଭାଗ-୨୬୩ କୋଟି ଟଙ୍କା

ସଂସଦୀୟ ବ୍ୟାପାର ବିଭାଗ-୫ କୋଟି ଟଙ୍କା

ଶକ୍ତି ବିଭାଗ-୪୮୮ କୋଟି ଟଙ୍କା

ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ-୪୯ କୋଟି ଟଙ୍କା 

ପର୍ଯ୍ୟଟନ ବିଭାଗ-୩୦ କୋଟି ଟଙ୍କା

ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ବିଭାଗ -୩୫୭ କୋଟି ଟଙ୍କା

ସମବାୟ ବିଭାଗ-୨୫୪ କୋଟି ଟଙ୍କା

ମହିଳା ଓ ଶିଶୁ ବିକାଶ ବିଭାଗ-୭୫୧ କୋଟି ଟଙ୍କା

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ- ୧୧୦ କୋଟି ଟଙ୍କା

ଉଚ୍ଚ ଶିକ୍ଷା ବିଭାଗ-୩୨୭ କୋଟି ଟଙ୍କା

ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ-୭୦ କୋଟି ଟଙ୍କା

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ-୧୧ କୋଟି ଟଙ୍କା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ-୧୦ କୋଟି

ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ-୩୧୪ କୋଟି ଟଙ୍କା

ମିଶନ ଶକ୍ତି ବିଭାଗ-୮୦୭ କୋଟି ଟଙ୍କା