ସବୁଠୁ ବଡ଼ ଉପହାର ଦେଲା ଗୁଗଲ, ସମସ୍ତଙ୍କ ପାଇଁ ଏହି ୱିକେଣ୍ଡ ଫ୍ରି ରହିବ ସ୍ୱତନ୍ତ୍ର ସର୍ଭିସ୍

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ : ଗୁଗଲ ୟୁଜରଙ୍କୁ ବଡ଼ ଗିଫ୍ଟ ଦେଇଛି। କମ୍ପାନୀର ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି ଯେ, Google Veo 3 ଏହି ୱିକେଣ୍ଡ ପ୍ରତି ୟୁଜରଙ୍କ ପାଇଁ ଫ୍ରି ରହିବ। ପିଚାଇ ଏହି ଘୋଷଣା ଏକ ଏକ୍ସ ପୋଷ୍ଟରେ କରିଛନ୍ତି। ପିଚାଇ ଗୁଗଲର ପୋଷ୍ଟକୁ ରିପୋଷ୍ଟ କରିଛନ୍ତି। ଗୁଗଲର ପୋଷ୍ଟ ଅନୁସାରେ, ସମସ୍ତେ ଏହି ୱିକେଣ୍ଡ ଜେମିନି ଆପ୍‌ରେ ୟୁଜର Veo 3 ମାଧ୍ୟମରେ ଫ୍ରିରେ ତିନୋଟି ଭିଡ଼ିଓ ଜେନେରେଟ୍‌ କରି ପାରିବେ। ଗୁଗଲ ଏହି ଅଫର ସହ ନିଜର ଏହି ଆକର୍ଷଣୀୟ ମିଡ଼ିଆ ଟୁଲ୍‌ର ଏକ୍ସପେରିଏନ୍ସ ଅଧିକରୁ ଅଧିକ ୟୁଜରଙ୍କୁ ଦେବାକୁ ଚାହୁଁଛି। 

ସାଧାରଣତଃ ଭିଓ -୩ ଜେମିନି ଆପ୍‌ର ପ୍ରୋ ସବସ୍କ୍ରିପସନ ସହ ଆସିଥାଏ। ଭାରତରେ ଏହାର ମାସିକ ସବସ୍କ୍ରିପସନ ଚାର୍ଡ ୧୯୯୯ ଟଙ୍କା ଅଛି। ହେଲେ ନୂଆ ୟୁଜରଙ୍କୁ କମ୍ପାନୀ ଏକ ମାସର ଫ୍ରି ଟ୍ରାୟଲ ଦେଉଛି। କିନ୍ତୁ ପ୍ରଥମ ଥର ଏହାକୁ ସମସ୍ତଙ୍କ ପାଇଁ ଫ୍ରି କରି ଦିଆ ଯାଇଛି। ସିଇଓ ପିଚାଇ ମଧ୍ୟ କହିଛନ୍ତି ଯେ ,ଏହି ଅଫରର ଉଦ୍ଦେଶ୍ୟ ଅଧିକରୁ ଅଧିକ ୟୁଜରଙ୍କ ପାଖରେ କ୍ରିଏଟିଭ୍‌ ଅବସର ପହଞ୍ଚାଇବା।

ଭିଓ -୩କୁ ଗୁଗଲ I/O 2025 ରେ ବିଶ୍ୱର ସମ୍ମୁଖରେ ପ୍ରଦାନ କରି ଥିଲେ। ଏହା ଖୁବ୍ ଜୋରରେ ସାରା ଦୁନିଆର ଧ୍ୟାନ ନିଜ ଆଡ଼କୁ ଟାଣି ନେଇଛି। ଏହା କମ୍ପାନୀର ଏବେସୁଦ୍ଧା ସବୁଠୁ ଆଡଭାନ୍ସଡ୍‌ ଭିଡ଼ିଓ ମଡେଲ ଏବଂ ଭିଜୁଆଲ ସହ ଏହା ସିଙ୍କ୍ରୋନାଇଜ୍ଡ୍‌ ଅଡିଓ ମଧ୍ୟ ଜେନେରେଟ୍‌ କରୁଥିବା ପ୍ରଥମ ମଡେଲ। ଗୁଗଲ ଭିଓ -୩ ଏବେ ଟେକ୍ସଟ୍‌ ପ୍ରମ୍ପଟ୍‌ ଉପରେ କାମ କରୁଛି। ଇଣ୍ଡିଆନ ୟୁଜରଙ୍କ ପାଇଁ ଗୁଗଲ Veo 3 Fast ମଡେଲକୁ ରୋଲଆଉଟ୍‌ କରିଛି। ଏହା ଏକ ଅପ୍ଟିମାଇଜଡ୍‌ ଭର୍ଜନ, ଯାହା ନର୍ମାଲ ଠାରୁ  କିଛି ଫାଷ୍ଟ ଭିଡ଼ିଓ ଜେନେରେଟ୍‌ କରିଥାଏ। କମ୍ପାନୀ ଏହାକୁ ଆଣ୍ଡ୍ରଏଡ୍ ଓ Ios ରେ ଗୁଗଲ ଜେମିନି ଆପ୍‌ ମାଧ୍ୟମରେ ଅଫର କରିବ।

ଏହି ୱିକେଣ୍ଡର ଫ୍ରି ଟ୍ରାଏଲ ସହ ଗୁଗଲକୁ ଆଶା ଯେ, ୟୁଜରଙ୍କୁ ଭିଓ-୩ର ସକ୍ଷମତାକୁ ଦେଖି ପାରିବେ। ସବୁଠୁ ଜରୁରୀ କଥା ଏହା ଯେ, ୟୁଜର ଏହା ବିଷୟରେ ନିଜର ଫିଡ୍‌ବ୍ୟାକ୍‌ ମଧ୍ୟ ଦେବେ। 


ପିଚାଇ ଏହି ପଦକ୍ଷେପକୁ ଗୁଗଲର ନିଜର କ୍ରିଏଟିଭ୍‌ ଟୁଲ୍‌ର ବିସ୍ତୃତ ନିରନ୍ତର କମିଟମେଣ୍ଟର ଅଂଶ ଭାବେ କହିଛି ଏବଂ ଇସାରା କରିଛି ଯେ, ଭବିଷ୍ୟତର ଅପଡେଟ୍‌ରେ ୟୁଜର ଇନପୁଟର ଗୁରୁତ୍ତ୍ୱ ଭୂମିକା ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.