LIVE TV

‘ଶୂନ ମୃତାହତ ପକ୍ଷ' ପାଳନ, ୪ ଦିନରେ ୨ କୋଟି ଜରିମାନା ଆଦାୟ

NEWS7
successfull-testified-in-chandipur-itr-range-prithi2

କଟକ ୨୨।୧୧ : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା "ଶୂନ ମୃତାହତ ପକ୍ଷ' ପାଳନ କରାଯାଉଛି। ଗତ ୧୬ ତାରିଖରୁ ଆରମ୍ଭ ଏହି ୧୫ ଦିନିଆ ଅଭିଯାନର ପ୍ରଥମ ଚାରି ଦିନରେ ପରିବହନ ବିଭାଗ ଦ୍ୱାରା ୧୨ ହଜାର ୧୫୫ ଇ-ଚାଲାଣ କଟାଯାଇଛି। ଏ ବାବଦରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।

ତେବେ ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ଗାଡ଼ିଚାଳକଙ୍କ ବିରୋଧରେ ପ୍ରଥମ ଚାରି ଦିନରେ ୩ ହଜାର ୮୫୮ ଇ-ଚାଲାଣ କଟାଯାଇଛି । ସେହିଭଳି ବିନା ହେଲମେଟ୍ରେ ଦୁଇଚକିଆରେ ଯାଉଥିବାରୁ ୩୨୧୩ ଇ-ଚାଲାଣ କଟାଯାଇଛି । ବିନା ସିଟ୍ବେଲ୍ଟରେ ୨୯୨୧, ଗାଡ଼ି ଚଲାଇବାବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୪୯୮, ନିଶାସକ୍ତ ହୋଇ ଗାଡ଼ି ଚଲାଉଥିବା ଯୋଗୁଁ ୧୩୫, ଦୁଇଚକିଆରେ ଦୁଇରୁ ଅଧିକ ଯାଉଥିବାରୁ ୬୨୮, ବିପରୀତ ଦିଗରେ ଗାଡ଼ି ଚଲାଉଥିବାରୁ ୨୩୬, ବେଆଇନ ପାର୍କିଂ ଯୋଗୁଁ ୬୬୬ ଇ-ଚାଲାଣ କଟାଯାଇଛି । ଏହି ବାବଦକୁ ୨ କୋଟିରୁ ଅଧିକ ଟଙ୍କା ଜରିମାନା କରାଯାଇଛି । ସୁନ୍ଦରଗଡ଼ ଆର୍ଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ଅଧୀନରେ ସର୍ବାଧିକ ୧୧୮୦ ଚାଲାଣ କଟାଯାଇଥିବାବେଳେ ଭୁବନେଶ୍ୱର-୧ ଅଧୀନରେ ୮୪୦, କଟକ ଆରଟିଓରେ ୭୯୧, ତାଳଚେର ଆରଟିଓରେ ୭୪୧, ଭଦ୍ରକ ୭୧୯, ଜଗତସିଂହପୁର ୬୩୨, ରାୟଗଡ଼ାରେ ୫୫୫, ଅନୁଗୁଳରେ ୫୨୦, କଳାହାଣ୍ଡିରେ ୪୬୨, ଯାଜପୁର ୩୯୭, ଗଞ୍ଜାମ ୩୩୯ ଓ ବଡ଼ବିଲ ଏଆରଟିଓ ଅଧୀନରେ ୨୭୫ ଇ-ଚାଲାଣ କଟାଯାଇଛି ।