ଇଭି ଗାଡ଼ି କ୍ରୟରେ ଅଧିକ ଲୋକଙ୍କୁ ଯୋଡ଼ିବା ଲକ୍ଷ୍ୟ , ଏବେ ଶସ୍ତା ଇଲେକ୍ଟ୍ରିକ୍ କାର କିଣିଲେ ମଧ୍ୟ ମିଳିବ ସବସିଡି

Published By : Prameya-News7 Bureau | July 26, 2025 IST

ନୂଆଦିଲ୍ଲୀ – ଦିନକୁ ଦିନ ଏବେ ଇଭି ମାର୍କେଟ ବଢିବାରେ ଲାଗିଛି। ଏହାର କାରଣ ସରକାର ଏ ଦିଗରେ ଲୋକଙ୍କୁ ଉତ୍ସାହିତ କରିବାକୁ ପଦକ୍ଷେପ ନେଉଛନ୍ତି। ଇଲେକ୍ଟ୍ରିକ୍‌ ଗାଡ଼ି ଉପରେ କେନ୍ଦ୍ର ସରକାର ସହ ଅନେକ ରାଜ୍ୟ ମଧ୍ୟ ନିଜ ନିଜ କ୍ଷେତ୍ରରେ ସବସିଡି ଅଫର କରୁଛନ୍ତି। ଏହି ତାଲିକାରେ ହରିଆଣାର ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି।

 ଯଦି ଆପଣ ଏହି ରାଜ୍ୟ(ହରିଆଣା)ରେ ରହୁଛନ୍ତି , ତ  ଆପଣଙ୍କୁ ଇଲେକ୍ଟ୍ରିକ୍‌ କାର କିଣିବାରେ ବଡ଼ ଫାଇଦା ମିଳିପାରେ। ପ୍ରକୃତ କଥା ହେଲା , ହରିଆଣା ସରକାର ୪୦ ଲକ୍ଷ ଟଙ୍କାରୁ କମ୍‌ ଦାମର ଇଲେକ୍ଟ୍ରିକ୍ ଗାଡ଼ି (ଇଭି)ରେ ପୁଣି ଥରେ ସବସିଡି ଦେବାକୁ ପ୍ରସ୍ତୁତି କରୁଛନ୍ତି। ଏବେ ରାଜ୍ୟରେ କେବଳ ୪୦ ଲକ୍ଷ ଟଙ୍କାରୁ ଅଧିକ ଦାମରେ ଇଲେକ୍ଟ୍ରିକ୍‌ କାର ଗୁଡ଼ିକରେ ସବସିଡି ମିଳୁଛି , ଯେଉଁଥି ପାଇଁ ସହର ଓ ଟାଉନରେ ରହୁଥିବା ଅନେକ ସାଧାରଣ ଲୋକ ଇଲେକ୍ଟ୍ରିକ୍‌ ଗାଡ଼ି କିଣୁ ନଥିଲେ। ଏବେ ନୂଆ ସବସିଡି ଲାଗୁ ହେଲେ , ଶସ୍ତା ଇଲେକ୍ଟ୍ରିକ୍‌ କାର ଗୁଡ଼ିକର ବିକ୍ରିରେ ମଧ୍ୟ ବୃଦ୍ଧି ହେବ।

ମିଡ଼ିଆ ରିପୋର୍ଟ ମୁତାବିକ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ରାଓ ନରବୀର ସିଂହ ଏକ ବୈଠକ ବେଳେ ଅଧିକାରୀଙ୍କୁ ବର୍ତ୍ତମାନର ନିୟମରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସବସିଡିର ଫାଇଦା କେବଳ ମହଙ୍ଗା ଇଲେକ୍ଟ୍ରିକ୍‌ ଭାଇକଲ କିଣୁଥିବା ସେହି ଲୋକଙ୍କୁ  ମିଳିବା ଉଚିତ୍‌ ଯିଏ ଅଧିକ ଗାଡ଼ି କିଣୁଛନ୍ତି । ହେଲେ , ସବସିଡି କେବେ ଠାରୁ ଆରମ୍ଭ ହେବ , ଏହାର ତାରିଖ କୁହାଯାଇ ନାହିଁ । ଆଶା କରାଯାଉଛି ଯେ, ଏହାର ଫାଇଦା ଶସ୍ତା ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକୁ କିଣୁଥିବା ଲୋକଙ୍କୁ ମିଳିବ।

ହରିଆଣା ଇଲେକ୍ଟ୍ରିକ୍‌ ଭାଇକଲ ପଲିସି ୨୦୨୨୨ ଅନୁସାରେ ,୧୫ ଲକ୍ଷରୁ ୪୦ ଲକ୍ଷ ଟଙ୍କା ମଧ୍ୟରେ ଥିବା ଇଲେକ୍ଟ୍ରିକ୍‌ ଭାଇକଲ ଉପରେ ୧୫ ପ୍ରତିଶତର ସବସିଡି ( ସର୍ବାଧିକ ୬ ଲକ୍ଷ ଟଙ୍କା ଯାଏ) ମିଳୁଥଲା। ଏହି ପଲିସି ୩୧ ମାର୍ଚ୍ଚ ୨୦୨୪ରେ ଶେଷ ହୋଇ ଯାଇ ଥିଲା , ଯେଉଁଥିରେ କମ୍‌ ଓ ମଧ୍ୟମ ଦାମ୍‌ର ମଡେଲ ବିନା ସବସିଡିରେ ଥିଲା ଏବଂ ୪୦ ଲକ୍ଷ ଟଙ୍କାରୁ ଅଧିକ ଗାଡ଼ି ଉପରେ ସବସିଡି ଜାରି ରହିଛି। ଏବେ ଏମିତି ଲାଗୁଛି ଯେ, ଏହି ସବସିଡି  ଖୁବ୍ ଶୀଘ୍ର ପୁଣି ଥରେ ଆରମ୍ଭ ହେବ। ସବସିଡିରେ ଏମିତି ପରିବର୍ତ୍ତନ ହେବ ଯାହା କମ୍‌ ମୂଲ୍ୟର ଇଲେକ୍ଟ୍ରିକ୍‌ ଟ୍ରାନ୍ସପୋର୍ଟ ଉପରେ ଅଧିକ ଧ୍ୟାନ ଦେବେ।

ନୂଆ ଯୋଜନାରେ ଇଲେକ୍ଟ୍ରିକ୍‌ ସ୍କୁଟର ଓ ଥ୍ରୀ –ହ୍ୱିଲର ଭଳି ଭାଇକଲକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇ ପାରେ। ଏହି ଭାଇକଲ ମହଙ୍ଗା ଇଲେକ୍ଟ୍ରିକ୍ କାର ଗୁଡ଼ିକର ତୁଳନାରେ ପ୍ରତିଦିନର ଟ୍ରାନ୍ସପୋର୍ଟେସନ ପାଇଁ ଅଧିକ ଜରୁରୀ। ଅର୍ଥାତ୍‌ ଲୋକେ ପ୍ରତିଦିନ ଯିବା ଆସିବା ପାଇଁ ଇଲେକ୍ଟ୍ରିକ୍‌ ସ୍କୁଟର ବା ଥ୍ରୀ –ହ୍ୱିଲରର ଅଧିକ ବ୍ୟବହାର କରନ୍ତି। ମହଙ୍ଗା କାର କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ସରକାର ଚାହାନ୍ତି ଯେ, ଏମିତି ନୀତି ସବୁ ତିଆରି ହେଉ, ଯେଉଁଥିରେ ସାଧାରଣ ଲୋକଙ୍କୁ ଲାଭ ମିଳୁ। ଅପ୍ରେଲ୍‌ରୁ ଜୁନ୍‌ ୨୦୨୫ ମଧ୍ୟରେ ଭାରତରେ ୫,୩୦,୩୮୬ ଇଲେକ୍ଟ୍ରିକ୍‌ ଗାଡ଼ିର ରେଜିଷ୍ଟ୍ରେସନ ହୋଇଥିଲା , ଯାହା ଗତ ବର୍ଷ ଅପେକ୍ଷା ୩୪ ପ୍ରତିଶତ ଅଧିକ। ଗତ ବର୍ଷ ଅପ୍ରେଲରୁ ଜୁନ୍‌ ମଧ୍ୟରେ ୩,୯୬,୭୧୯ ୟୁନିଟ୍‌ସ ବିକ୍ରି ହୋଇଥିଲା। ଏହାର ଅର୍ଥ ଲୋକେ ଏବେ ଇଲେକ୍ଟ୍ରିକ୍‌ ଗାଡ଼ିକୁ ପସନ୍ଦ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.