ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ବାଦ୍ ହିତାଧିକାରୀଙ୍କୁ ଯୋଡ଼ିବାକୁ ଆଉ ଥରେ ସର୍ଭେ

Published By : Prameya-News7 Bureau | July 30, 2025 IST

ଭୁବନେଶ୍ବର ୩୦।୭: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଗଷ୍ଟ ୯ରେ ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ ଆବେଦନ । ବାଦ୍ ପଡିଥିବା ଦୁଇ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି । ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠାଇ ଦିଆଯାଇଛି ।

You Can Read:

ଭଦ୍ରକରେ ଲଗାଣ ବର୍ଷା ଜାରି, ଦିନକ ପାଇଁ ୪ ବ୍ଲକ୍‌ରେ ସ୍କୁଲ ଛୁଟି ଘୋଷଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.