ଯୁଦ୍ଧ ମୁଡ୍‌ରେ ଟ୍ରମ୍ପ୍, କେତେବେଳେ ବି କରିପାରନ୍ତି ଆକ୍ରମଣ : ନିର୍ଦ୍ଦେଶକୁ ଅପେକ୍ଷା କରିଛି ୟୁଏସ ସେନା

NEWS7
subaranpur-acso-complains-in-binika-police-of-stealing-thousands-of-quintals-of-rice-from-warehouse

ନ୍ୟୁୟର୍କ, ୧୨/୦୧:ଇରାନରେ ସ୍ଥିତି ଅସମ୍ଭାଳ । ସରକାର ବିରୋଧୀ ହିଂସା ଥମୁନି । ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରୁଛି । ଯାହାକୁ ଯେନତେନ ପ୍ରକାରେ ଚାପିବାକୁ ଚେଷ୍ଟା କରୁଛନ୍ତି ଖାମେନି । ସେପଟେ ଆମେରିକା ଇରାନ ଉପରେ ଆକ୍ରମଣ ପାଇଁ ସଜବାଜ ହେଲାଣି । ସାମରିକ ଶକ୍ତିର ବ୍ୟବହାର ନେଇ ମଧ୍ୟ ସଙ୍କେତ ଦେଲେଣି ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ଇରାନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛନ୍ତି । ଇରାନ ସ୍ଥିତି ଖୁବ୍ ସଙ୍ଗୀନ ହେଲାଣି । ସେନା ମଧ୍ୟ ନଜର ରଖିଛି । କିଛି ବଡ ବିକଳ୍ପ ବାବଦରେ ଚିନ୍ତା କରାଯାଇଛି ।

ଆମେରିକାରେ ଥିବା ଏଚଆରଏଏନଏ କହିଛି ଯେ, ଇରାନରେ୫୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ହତ୍ୟା କରାଯାଇଛି ।୨୦୨୨-୨୩ପରେ ଏହା ଦେଶରେ ସବୁଠୁ ବଡ ଆନ୍ଦୋଳନ । ସେତେବେଳେ ମାହସା ଅମିନିଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ହୋଇଥିଲା । ମହିଳାଙ୍କ ପୋଷାକ ପରିଧାନ ମାମଲାରେ ସେ ଗିରଫ ହୋଇଥିଲେ । ପରେ ହାଜତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପ୍ରଦର୍ଶନକାରୀଙ୍କୁ ଧମକ

ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନ ପ୍ରଦର୍ଶନକାରୀଙ୍କୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲ ଇରାନରେ ହିଂସାକୁ ପ୍ରଶ୍ରୟ ଦେଉଛନ୍ତି । ପ୍ରଦର୍ଶନରେ ଯିଏ ଭାଗ ନେବ ତାକୁ ଦେଶର ଶତ୍ରୁ ଭାବେ ବିବେଚନା କରାଯିବ । ଏପରିକି ମୃତ୍ୟୁଦଣ୍ଡ ଦିଆଯିବ ।

ତେହେରାନ ଉପରେ ଆକ୍ରମଣ କରିବ କି ୟୁଏସ ?

ଟ୍ରମ୍ପ୍ ଲଗାତାର ଭାବେ ତେହେରାନ ଉପରେ ଆକ୍ରମଣମକ ଦେଉଛନ୍ତି । ଯଦି ଅଧିକ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଏ ତାହାଲେ ଆମେରିକା ଚୁପ୍ ବସିବନି । ଇରାନବାସୀଙ୍କ ସ୍ୱାଧିନତା ଏବଂ ମାନବାଧିକାର ପାଇଁ ଲଢେଇ ଜାରି ରଖିବ । କିଛି ଏପରି କହିଥିଲେ ଟ୍ରମ୍ପ୍ ।