ରାଜଧାନୀରେ ୭ ଦିନରେ ବିକ୍ରି ହୋଇଛି ୩୨ କୋଟିର ମଦ: ୨. ୮୧ ଲକ୍ଷ ଲିଟର ବିଦେଶୀ, ୧.୭୮ ଲିଟର ବିଅର ବିକ୍ରି

NEWS7
sub-inspector-donot-tolerate-the-media-coverage-and-attack-on-journalist-in-nayagaeh

ଭୁବନେଶ୍ୱର: ବଡ଼ଦିନରୁ ଆରମ୍ଭ କରି ଜିରୋନାଇଟରେ କେବଳ ନାଚ ଗୀତ ନୁହେଁ ବରଂ ମଦ କାରବାର ଜମିଥିଲା । ବିଦେଶୀ, ଦେଶୀ ମଦ ଓ ବିଅରରେ ଭାସିଥିଲା ଭୁବନେଶ୍ୱର । ନୂଆବର୍ଷକୁ ସ୍ୱାଗତ ପାଇଁ ଉତ୍ସାହରେ ଥିବା ଲୋକ ମଦର ମଜା ଉଡ଼ାଇଛନ୍ତି । ପାର୍ଟି, ପିକନିକ୍ ଏବଂ ଗେଟ-ଟୁ-ଗେଦର୍ ପାଇଁ ମଦରେ କୋଟି କୋଟି ଟଙ୍କା ପାଣି ପରି ବୁହାଇଛନ୍ତି ରାଜଧାନୀବାସୀ । ମଦ ପିଇବାରେ ଗତ ସପ୍ତାହରେ ଭୁବନେଶ୍ବର କରିଛି ରେକର୍ଡ ।

ଗତ ସପ୍ତାହକରେ ଭୁବନେଶ୍ବରରେ ଥିବା ସ୍ଵୀକୃତି ପ୍ରାପ୍ତ ମଦ ଦୋକାନ ଗୁଡ଼ିକୁ ୩୨ କୋଟି ୫୫ ଲକ୍ଷ ୧୨ହଜାର ୫୬୦ ଟଙ୍କାର ମଦ ଯୋଗାଣ ହୋଇଥିଲା । ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀନରେ ଥିବା ୨୦୦ରୁ ଅଧିକ ମଦ ଦୋକାନକୁ ପ୍ରାୟ ୪ ଲକ୍ଷ ଲିଟର ମଦ ଆସିଥିଲା । ସେଥିରେ ୨ଲକ୍ଷ ୮୧ହଜାର ଲିଟର ବିଦେଶୀ ମଦ, ୨ ଲକ୍ଷ ୩୪ହଜାର ଲିଟର ଦେଶୀ ମଦ ଓ ୧ ଲକ୍ଷ ୭୮ ଲିଟର ବିଅର ରହିଛି । ରାଜଧାନୀରେ ଥିବା ମଦ ଦୋକାନ, ପବ୍, ବାର୍ଗୁଡ଼ିକ ୨୮ କୋଟି ୪ ଲକ୍ଷ ୮୧ହଜାର ୫୬୦ ଟଙ୍କାର ବିଦେଶୀ ମଦ, ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିଅର ଓ ୯୪ ଲକ୍ଷ ୨୦ହଜାର ଟଙ୍କାର ଦେଶୀ ମଦ କିଣିଛନ୍ତି । ତେବେ ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଅପେକ୍ଷା ଏବର୍ଷ ମଦ କାରବାର ବହୁତ୍ ଅଧିକ ରହିଥିଲା ।