LIVE TV

ଦେଓଗାଁରେ ଚାଞ୍ଚଲ୍ୟ, ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା

NEWS7
students-leave-hostel-due-to-various-issue-in-gajapati

ବଲାଙ୍ଗୀର ୨୭।୧୦ : ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଚାଞ୍ଚଲ୍ୟ । ନିଛାଟିଆ ସ୍ଥାନରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏକ ଧାରୁଆ ଅସ୍ତ୍ରରେ ହତ୍ୟା ନେଇ ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦେଓଗାଁ ଥାନା ଅନ୍ତର୍ଲାରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ହତ୍ୟା ଘଟଣାରେ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି ଦେଓଗାଁ ପୋଲିସ । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ହତ୍ୟାର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।