ହେଲମେଟ୍ ପିନ୍ଧିଥିବା ଚାଳକଙ୍କୁ ଚକୋଲେଟ୍ ଦେଲେ, ଅମାନିଆଙ୍କୁ ରାସ୍ତାରେ ଅଟକାଇ ସଚେତନ କଲେ

Published By : Prameya-News7 Bureau | January 16, 2025 IST

ଆନନ୍ଦପୁର ୧: ହେଲମେଟ୍ ପିନ୍ଧିଥିବା ଚାଳକଙ୍କୁ ଚକୋଲେଟ୍ ଦେଲେ, ଅମାନିଆଙ୍କୁ ରାସ୍ତାରେ ଅଟକାଇ ସଡ଼କ ସୁରକ୍ଷା ନେଇ ସଚେତନ କରାଇଲେ କଲେଜ ଛାତ୍ରଛାତ୍ରୀ । ଜାନୁଆରୀ ୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ  ସାରା ଦେଶରେ ସଡ଼କ  ସୁରକ୍ଷା  ସପ୍ତାହ   ପାଳନ ହେଉଥିବା ବେଳେ ସଚେତନତାର ବାର୍ତ୍ତା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଗୁରୁବାର ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଲି ମାଧ୍ୟମରେ ଆସି ସ୍ଥାନୀୟ ବ୍ରିଜ ଛକ ଠାରେ ବାଇକ୍ ଚାଳକଙ୍କୁ ସଡକ ସୁରକ୍ଷା  ଉପରେ ସଚେତନ କରିଛନ୍ତି । ହେଲମେଟ୍ ପିନ୍ଧି ନିୟମ ମାନି ବାଇକ୍ ଚଳାଉଥିବା ଚାଳକଙ୍କୁ ଚକୋଲେଟ୍ ଦେଇ ସ୍ବାଗତ କରିଥିବାବେଳେ ବିନା ହେଲମେଟ୍, ଟ୍ରିପଲ ରାଇଡର, ବିନା ସିଟ୍ ବେଲ୍ଚରେ କାର୍ ଚାଳକଙ୍କୁ ଅଟକାଇ ସଚେତନ କରାଇଛନ୍ତି । ଆମେ ସଚେତନ ହେଲେ ଆମର ପରପିଢି ଆମଠାରୁ ଦେଖି ସଚେତନ ହେବେ ଏ ବାର୍ତ୍ତା ଦେଇଛନ୍ତି ଛାତ୍ରଛାତ୍ରୀ ।


You Can Read:

ବୈକୁଣ୍ଠଧାମ ଆଶ୍ରମ ଖାଲି କରିବାକୁ BDAର ନିର୍ଦ୍ଦେଶ, ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ ଦେଇଥିଲେ କର୍ତ୍ତୃପକ୍ଷ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.