ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବି, ସମୂହ ଟିସି ନେବାକୁ ଆବେଦନ କଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | July 16, 2025 IST

ଜଗତସିଂହପୁର ୧୬।୭: ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ସମୂହ ଟିସି ନେବାକୁ ଚେତାବନୀ । ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବି କରିଛନ୍ତି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପଦ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ୩୮ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସମୂହ ଟ୍ରାନ୍ସଫର ସାର୍ଟିଫିକେଟ ପାଇଁ ଦରଖାସ୍ତ ପ୍ରଦାନ କରିଛନ୍ତି । 


ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଥିବାବେଳେ ୪୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିଲେ । ଗତ ୩ ତାରିଖରେ ପ୍ରଧାନ ଶିକ୍ଷକ ଦେବାଶିଷ ଖୁଣ୍ଟିଆଙ୍କ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରାଯାଇଛି । ଦେବାଶିଷ ଖୁଣ୍ଟିଆ ଜଣେ ଆଦର୍ଶ ଶିକ୍ଷକ ଦର୍ଶାଇ ତାଙ୍କର ବଦଳି ବାତିଲ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଥିଲେ । ଏହା ସହିତ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ । ବଦଳି ବାତିଲ ଦାବିରେ ଅବିଭାବକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଶେଷରେ ଅବିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ସମୂହ ଟିସି ପାଇଁ ଆବେଦନ କରିଛନ୍ତି । ଏହି ଘଟଣାକୁ ନେଇ ଦୀର୍ଘ ୯ ଦିନ ହେଲା ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନଥିବା ଜଣାଯାଇଛି । 

You Can Read:

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ : ପୋଲିସ ସହ ଧସ୍ତାଧସ୍ତି, ଟିୟର ଗ୍ୟାସ୍ ମାଡ଼

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.