ଘରୁ ଡ଼ାକିନେଇଥିଳେ ଶାଳକ, ପଚାରିବାରୁ କିଛି କହିଲେନି ; ପୋଲ ତଳୁ ମିଳିବା ପରେ ଥାନାରେ ପରିବାର

NEWS7
strike-in-bhadrak

 ୧୫।୩: ଭିଣୋଇକୁ ଘରୁ ଡାକିନେଇ ଶଳା ମାରିଦେଲା, ଥାନାରେ ଅଭିଯୋଗ । ପୋଲ ତଳୁ ସନ୍ଦେହ ଜନକ ଭାବରେ ଶବ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତ ଓଢ଼ଣା ଗ୍ରାମରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା।

ସୂଚନାରୁ ଜଣାପଡିଛି ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ବିମଳ ମଲ୍ଲିକ ବୟସ ୩୬ଙ୍କୁ ତାଙ୍କ ଶଳା ସିପୁନ ମଲ୍ଲିକ ଗତକାଲି ସନ୍ଧ୍ୟା ସମୟରେ ଘରୁ ଡାକିନେଇ ଥିଲେ । ବିଳମ୍ବିତ ରାତିରେ ସିପୁନଙ୍କୁ ଗ୍ରାମରେ ବୁଲୁଥିବାର ଦେଖି ବିମଳ କୁଆଡେ ଗଲା ବୋଲି ଘରଲୋକେ ପ୍ରଶ୍ନ କରିଥିଲେ ।ଏନେଇ ସଠିକ୍ ଉତ୍ତର ନମିଳିବାରୁ ଘରଲୋକେ ଗ୍ରାମବାସୀଙ୍କୁ ନେଇ ଖୋଜାଖୋଜି କରିବାରୁ ଓଢ଼ଣା ଗ୍ରାମ ନିକଟ ପୋଲ ତଳେ ସନ୍ଦେହ ଜନକ ଭାବରେ ବିମଳ ପଡିଥିବାର ଦେଖିଥିଲେ ।ଖବର ଦେବାରୁ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।କୌଣସି କାରଣକୁ ନେଇ ବିମଳଙ୍କୁ ହତ୍ୟା କରାଯାଇଥିବା ଭୁବନ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ନେଇ ସୂଚନାରୁ ଜଣାପଡିଛି ।