'ଆମକୁ ମାତ୍ର ୬ଟି ସିଟ୍ ଦରକାର, ମୁମ୍ବାଇରେ କିଛି ବି ଘଟିପାରେ' : ମେୟର ପଦକୁ ନେଇ ଏମିତି କହିଲେ ସଞ୍ଜୟ

NEWS7
stf-destroy-ganza-and-brown-sugar

ମୁମ୍ବାଇ,୨୦|୦୧ :ସରିଛି ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ । ଫଳାଫଳ ସାମ୍ନାକୁ ଆସିଛି । ହେଲେ ଛିଡୁନି ବ୍ରିହନ ମୁମ୍ବାଇ ନଗର ନିଗମର ଅଡୁଆ । ଏଠାରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । କିନ୍ତୁ ଅତିକ୍ରମ କରିନି ମ୍ୟାଜିକ୍ ନମ୍ବର୍ । ସେପଟେ ସହଯୋଗୀ ଶିବସେନା ସହ ମିଶି ମେୟର ପଦ ହାତେଇବାକୁ ଚାହୁଁଛି ବିଜେପି । କିନ୍ତୁ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟ ମେୟର ପଦ ପାଇଁ ବିଜେପି ସହ ଡିଲ୍ କରୁଛି । ସେପଟେ ବିରୋଧୀ ଦଳ ମଧ୍ୟ ରଣନୀତି ଲଗାଉଛନ୍ତି । ଉଦ୍ଧବ ଠାକରେଙ୍କ ଶିବସେନା ଦ୍ୱିତୀୟ ବୃହତ ଦଳ ହୋଇଥିବା ବେଳେ ବିଜେପି ବିରୋଧୀଙ୍କୁ ନେଇ ମେୟର ପଦ ଉପରେ ଆଖି ରଖିଛି । ଏସବୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା(ୟୁବିଟି)ର ନେତା ସଞ୍ଜୟ ରାଓ୍ୱତ ।

ସଞ୍ଜୟ କହିଛନ୍ତି ଯେ, ମୁମ୍ବାଇ ମେୟର ପଦ ଗଠନ କରିବା ବିଜେପି ପାଇଁ ସହଜ ନୁହେଁ । ବିଜେପି ଏବଂ ଏକନାଥ ସିନ୍ଦେଙ୍କ ମେଣ୍ଟ ମହାୟୁତି ପାଖରେ୧୧୮ଆସନ ରହିଛି । କିନ୍ତୁ ସେମାନଙ୍କ ମଧ୍ୟରେ ଡିଲ୍ ହୋଇପାରୁନି । ବିରୋଧୀଙ୍କ ପାଖରେ୧୦୮ସିଟ୍ ରହିଛି । ୟୁବିଟି ସହ ମହାରାଷ୍ଟ୍ର ନବନିର୍ମାଣ ସେନା, କଂଗ୍ରେସ ଏବଂ ଅନ୍ୟ ସହଯୋଗୀ ରହିଛନ୍ତି । ସେମାନେ୧୧୪ଟାର୍ଗେଟ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବହୁମତରୁ ଏବେ ମାତ୍ରଟି ସିଟ୍ ପଛରେ ରହିଛନ୍ତି । ତେବେ ମୁମ୍ବାଇରେ କିଛି ବି ଘଟିପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେମାନଙ୍କ କର୍ପୋରେଟରମାନେ ଲୁଚି ନାହାଁନ୍ତି । ସାଧାରଣ ଜୀବନ ବଞ୍ଚୁଛନ୍ତି । ଏନାଥ ସିନ୍ଦେ କିନ୍ତୁଭୟରେ ରହିଛନ୍ତି । ତାଙ୍କୁ ଘୋଡା ବେପାର ଭୟଘାରିଛି । ଯେଉଁଥିପାଇଁ ସେ ନିଜର କର୍ପୋରେଟରଙ୍କୁ ରିସୋର୍ଟରେ ରଖିଛନ୍ତି । ସିନ୍ଦେ ନିଜ କର୍ପୋରେଟରଙ୍କୁ ଭରସା କରୁ ନାହାଁନ୍ତି । ସେମାନେ କାଳେ ଉଦ୍ଧବଙ୍କୁ ସମର୍ଥନ କରିବେ ସେନେଇ ଭୟଭୀତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ମେୟର ଦେଖିବାକୁ ଚାହୁଁନାହାଁନ୍ତି ।

ସୂଚନାଯୋଗ୍ୟ, ବିଏମସି ନିର୍ବାଚନରେ ବିଜେପି୨୨୭ଟି ଓ୍ୱାର୍ଡରୁ୮୯ରେ ବିଜୟୀ ହୋଇଛି । ଦୁଇ ନମ୍ବରରେ ଉଦ୍ଧବଙ୍କ ଶିବସେନା ରହିଛି । ଦଳ୬୫ଟି ଆନ ହାତେଇଛି । ଅନ୍ୟମାନଙ୍କ ମଧ୍ୟରେ ଏକନାଥ ସିନ୍ଦେଙ୍କ ଶିବସେନା୨୯ଟି ଆସନ ହାତେଇଥିବା ବେଳେ କଂଗ୍ରେସ ମେଣ୍ଟ ପାଖରେ୨୪ଟି ଏବଂ ଏମଏନଏସ ପାଖରେଟି ଆସନ ରହିଛି ।