MKCG କ୍ୟାମ୍ପସକୁ ନିଶାମୁକ୍ତ ଏବଂ ଶୃଙ୍ଖଳିତ କରିବାକୁ ପଦକ୍ଷେପ, ରହିବ କେବଳ ଗୋଟିଏ ପ୍ରବେଶ ପଥ

Published By : Prameya-News7 Bureau | June 18, 2024 IST

ବ୍ରହ୍ମପୁର ୧୮।୬:  ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲ କ୍ୟାମ୍ପସକୁ ନିଶାମୁକ୍ତ ଅଞ୍ଚଳ ସହ ଅଧିକ ଶୃଙ୍ଖଳିତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ସୁଚିତ୍ରା ଦାସ । ଦକ୍ଷିଣ ଓଡିଶାର ବଡ଼ ମେଡିକାଲ ହେଉଛି ବ୍ରହ୍ମପୁରର ଏମକେସିଜି ମେଡିକାଲ । ଉଚ୍ଚତର ଚିକିତ୍ସା ପାଇଁ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରୁ ଶହ ଶହ ରୋଗୀ ଏହି ମେଡିକାଲକୁ ଆସିଥାନ୍ତି । କିନ୍ତୁ ଅନେକ ସମୟରେ ମେଡିକାଲ କ୍ୟାମ୍ପସ ମଧ୍ୟରେ ବାହ୍ୟ ଲୋକଙ୍କ ପ୍ରବେଶ ଏବଂ ଅସାମାଜିକ କାର୍ଯ୍ୟକଳାପ, ଦୌରାତ୍ମା ବୃଦ୍ଧି ଘଟି ବହୁ ଅପ୍ରୀତିକାର ପରିସ୍ଥିତି ସୃଷ୍ଟି ହୋଇଥିବା ନଜିର ରହିଛି । ଏସବୁରୁ କିଭଳି ମେଡିକାଲ କ୍ୟାମ୍ପସ ମୁକୁଳିବ ସେଥିପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଥିବା ସୁପରିଟେଣ୍ଡଟେଣ୍ଟ କହିଛନ୍ତି । କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ପ୍ରବେଶ ପଥ ରହିବ । ଅନ୍ୟ ସବୁ ଯାତାୟାତ ସଂଯୋଗ ପଥକୁ ବନ୍ଦ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏନଏମଏସ ନିୟମ ଅନୁଯାୟୀ ଏଭଳି ପଦକ୍ଷେପ ନେବାକୁ ପଡୁଛି । ରୋଗୀ ସେବା ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ । ସପ୍ତାହେ ମଧ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁପରିଟେଣ୍ଡଟେଣ୍ଟ କହିଛନ୍ତି ।

You Can Read :

ବାଲେଶ୍ୱରରେ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନର ଅପିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.