ବିଜେପିରେ ମିଶିଲେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବି ଯୋଗଦେଲେ

NEWS7
stealing-temple-thief-morning-police-woke-up-let-me-sleep

ଭୁବନେଶ୍ବର ୧୬।୧: ଯାଜପୁର ବିଜେଡିକୁ ଝଟ୍କା । ବିଜେପିରେ ଯୋଗ ଦେଲେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ । ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ । ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲାର ବିଜେଡିର ଶତାଧିକ କର୍ମୀ । ନଳିନୀ ଜେନା ଓ ଗଣେଶ୍ୱର ବରାଳଙ୍କ ସମର୍ଥକ ମାନେ ବିଜେପିରେ ମିସିଥିବାରୁ ବାଣ ଫୁଟାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ନଳିନୀ । ଡବଲ ଇଞ୍ଜିନ ସରକାରରେ ବିକାଶ ହେଉଛି । ସମସ୍ତ ଜିଲାକୁ ଗୁରୁତ୍ୱ ଦିଆ ଯାଉଛି । ତେଣୁ ବିଜେପିରେ ମିଶିବା ଦ୍ୱାରା ଲୋକଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି । ବିଜେଡିରେ ତାଙ୍କୁ ଅବହେଳା କରାଯାଇଛି । ସେଠାରେ ଅନୁଷ୍ଠିତ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଉ ନଥିଲା, ସେଥିପାଇଁ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଲୋକଙ୍କ ସେବା କରିବାର ଇଚ୍ଛା ନେଇ ବିଜେପିରେ ମିଶିଛନ୍ତି । କୌଣସି ପଦବୀ ପାଇଁ ଆଶା ନଥିବା କହିଛନ୍ତି ନଳିନୀ ଜେନା ଓ ଗଣେଶ୍ୱର ବରାଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଭବ୍ୟ ମିଶ୍ରଣ ପର୍ବର ଆୟୋଜିତ କରାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଛି ।