ବିବେକକୁ ବାଧିବା ଭଳି ପ୍ରସଙ୍ଗ, ରୁହ୍‌ ଆଫଜାକୁ ନେଇ ବାବା ରାମଦେବ୍‌ଙ୍କ ମନ୍ତବ୍ୟରେ ଦିଲ୍ଲୀ ହାଇକୋର୍ଟ କ୍ଷୁବ୍ଧ

Published By : Prameya-News7 Bureau | April 22, 2025 IST

ନୂଆଦିଲ୍ଲୀ ୨୨/୦୪: ବାବା ରାମଦେବଙ୍କ 'ଶରବତ ଜିହାଦ' ବୟାନକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ବାବା ରାମଦେବଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଏହାକୁ କୌଣସି ମତେ ସମର୍ଥନ କରାଯାଇ ପାରିବ ନାହିଁ । ମଙ୍ଗଳବାର ଦିନ, ହାଇକୋର୍ଟ ହମଦର୍ଦଙ୍କ ଆବେଦନର ଶୁଣାଣି କରୁଥିଲେ। 

ପ୍ରକୃତରେ, ବାବା ରାମଦେବଙ୍କ ବୟାନ ବିରୋଧରେ ହମଦର୍ଦ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। 'ଶରବତ ଜିହାଦ' ସମ୍ପର୍କରେ ବାବା ରାମଦେବ ଦେଇଥିବା ବୟାନ ଉପରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ଝାଡିଛନ୍ତି । ଏହି ମନ୍ତବ୍ୟ ଅତ୍ୟନ୍ତ ବିବେକହୀନ ଓ ଆଘାତ ଦେବା ପରେ ମନେ ହେଉଛି । 

ହାଇକୋର୍ଟ କହିଛନ୍ତି, କୋର୍ଟର ବିବେକକୁ ବହୁତ ବାଧିଛି ରାମଦେବଙ୍କ ବୟାନ । ଏହା ବିରୋଧରେ  ହମଦର୍ଦ ଲାବୋରେଟୋରିଜ୍ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦିଆଯାଇଥିଲା। ଏହି ବିବୃତ୍ତି ହାମଦର୍ଦର ପ୍ରସିଦ୍ଧ ଉତ୍ପାଦ 'ରୁହ ଆଫଜା' ସମ୍ପର୍କରେ ଦିଆଯାଇଥିଲା।

ହାଇକୋର୍ଟ କହିଛନ୍ତି ଯେ ଏହି ବକ୍ତବ୍ୟକୁ କୌଣସି ପ୍ରକାରେ ଗ୍ରହଣ କରାଯାଇପାରିବ ନାହିଁ। ହମଦର୍ଦଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ହାଜର ହୋଇଥିଲେ। ରୋହତଗୀ ଯୁକ୍ତି ଦେଇଥିଲେ ଯେ ବାବା ରାମଦେବଙ୍କ ବକ୍ତବ୍ୟ ଘୃଣ୍ୟ ହେଟ୍ ସ୍ପିଚ୍ କାଟାଗୋରୀରେ ଆସେ । ଏହି ବିବୃତ୍ତି ସମାଜକୁ ଧାର୍ମିକ ଆଧାରରେ ବିଭକ୍ତ କରିବାକୁ ଯାଉଛି । 

ହମଦର୍ଦଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ କହିଥିଲେ ଯେ ଏହି ମାମଲା କେବଳ 'ରୁହ ଆଫଜା'ର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁନି । ଏହା ଏଥିରୁ ଆଗକୁ ବଢ଼ି ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାରେ ବି ସହାୟକ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.