କଟକ: ଆସନ୍ତା ମାସ ୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲା ରାଜ୍ୟ ପରିବହନ ମଞ୍ଚ। ଯଦି ଦାବି ପୂରଣ ନ ହୁଏ ତେବେ ଜୁଲାଇ ୮ ତାରିଖରୁ ସମଗ୍ର ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ। ଆଜି କଟକରେ ବସିଥିବା ପରିବହନ ମଞ୍ଚର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Also read: ଆଇଏଏସ ଧୀମାନ ଚକମାଙ୍କୁ ନିଲମ୍ବନ ନିର୍ଦ୍ଦେଶ, ଲାଞ୍ଚ ନେଇ ଗିରଫ ହୋଇଛନ୍ତି
ରାଜ୍ୟ ଘରୋଇ ବସ ମାଲିକ ସଂଘ, ଟ୍ରକ ମାଲିକ ସଙ୍ଘ ଏବଂ ଡ୍ରାଇଭର ମହାସଂଘ ସହିତ ଏକାଧିକ ସଂଗଠନ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ମୁଖ୍ୟତଃ ଗାଡି ଗୁଡିକୁ ପୋଲିସ ଚେକିଂ କରିବା ଲାଗି ଯେଉଁ କ୍ଷମତା ପ୍ରଦାନ କରାଯାଇଛି, ତାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ପରିବହନ ମଞ୍ଚ। ଏହା ବ୍ୟତିତ ଡ୍ରାଇଭର ସୁରକ୍ଷା ଆଇନ ପ୍ରଣୟନ କରିବା, ଡ୍ରାଇଭର ମାନଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ, ମୁଖ୍ୟ ରାସ୍ତା ମାନଙ୍କରେ ବିଶ୍ରାମ ସ୍ଥଳୀ ଉପଲବ୍ଧ କରାଇବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସର ମାନ୍ୟତା ଦେବାକୁ ଦାବି ହୋଇଛି।
ଏସମସ୍ତ ଦାବି ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ବିଚାର କରିବାକୁ ଆଜି ନବଗଠିତ ପରିବହନ ମଞ୍ଚ ଦାବି କରିଛି। ଯଦି ଦାବି ପୂରଣ ନହୁଏ, ତେବେ ଜୁଲାଇ ୮ ତାରିଖରୁ ସମଗ୍ର ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।