LIVE TV

ବେଙ୍ଗାଲୁରୁର ଜେଲ୍‌ରୁ ଆସିଲା ଆଶ୍ଚର୍ଯ୍ୟକର ଭିଡ଼ିଓ , ସିରିଏଲ କିଲରର ଏପରି କାର୍ଯ୍ୟ ନେଇ ଉଠିଲା ପ୍ରଶ୍ନ

NEWS7
state-politics-raise-over-ncrb-report-bjp-bjd-backlash-in-odisha

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ପରପନ୍ନା ଅଗ୍ରହରା ସେଣ୍ଟ୍ରାଲ ଜେଲ୍‌ରେ ଜଣେ କୁଖ୍ୟାତ କଏଦୀର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ଜେଲ୍‌ରେ ବନ୍ଦୀ ଥିବା କଏଦୀ ମୋବାଇଲ ଫୋନ୍‌ ଚଳାଉଛନ୍ତି ଏବଂ ଟିଭି ଦେଖୁଛନ୍ତି। ଏହି କଏଦୀମାନଙ୍କ ମଧ୍ୟରେ ଉମେଶ ରେଡ୍ଡୀ ନାମକ ଜଣେ ସିରିଲ ରେପିଷ୍ଟ ଓ ସିରିଏଲ କିଲର ମଧ୍ୟ ସାମିଲ ଅଛନ୍ତି। ଭିଡ଼ିଓ ସାମ୍ନାକୁ ଆସିବା ପରେ ଜେଲ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ , କଏଦୀଙ୍କୁ ସୁବିଧା ଦେବାକୁ ମଧ୍ୟ ଅଭିଯୋଗ କରୁଛନ୍ତି।

ଏକ ଭିଡ଼ିଓ କ୍ଲିପ୍‌ରେ ଉମେଶ ରେଡ୍ଡୀ ମୋବାଇଲର ବ୍ୟବହାର କରିବା ନଜର ଆସୁଛନ୍ତି। ତାଙ୍କ ପାଖରେ ଦୁଇଟି ଆଣ୍ଡ୍ରଏଡ୍‌ ଓ ଗୋଟିଏ କି-ପ୍ୟାଡ୍‌ ଫୋନ୍ ଅଛି। ଉମେଶ ରେଡ୍ଡୀ ୨୦ଜଣ ମହିଳାଙ୍କୁ ଦୁଷ୍କର୍ମ ଓ ୧୮ ଜଣ ମହିଳାଙ୍କ ହତ୍ୟାର କେସ୍‌ରେ ସଜା କାଟୁଛନ୍ତି। ସେ ଏହି ଘଟଣାକୁ ୧୯୯୬ରୁ ୨୦୨୨ର ମଧ୍ୟରେ ଏହି ଘଟଣା ଘଟାଇ ଥିଲେ। ଉମେଶଙ୍କ ବ୍ୟାରେକ୍‌ରେ ଟିଭି ମଧ୍ୟ ନଜର ଆସୁଛି। ଅଭିଯୋଗ ଯେ, ଉମେଶଙ୍କୁ ମିଳୁଥିବା ସୁବିଧା ବିଷୟରେ ଜେଲ୍‌ ଷ୍ଟାଫ୍‌ଙ୍କୁ ମଧ୍ୟ ଜଣାଅଛି।

ଉମେଶ ରେଡ୍ଡୀଙ୍କୁ ଆଜୀବନ ସଜା ମିଳି ଥିଲା। କିନ୍ତୁ ୨୦୨୨ ମସିହାରେ ସୁପ୍ରିମକୋର୍ଟ ତାଙ୍କର ସଜାକୁ ବଦଳାଇ ୩୦ ବର୍ଷର କଏଦରେ ବଦଳାଇ ଦେଇଥିଲେ। ସେ ନିଜକୁ ମାନସିକ ରୋଗୀ ଦର୍ଶାଇ ନିଜର ସଜା ବଦଳାଇ ଥିଲେ। ହେଲେ ମେଡିକାଲ ପରୀକ୍ଷଣରେ ଜଣାପଡ଼ି ଥିଲା ଯେ, ସେ ମାନସିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଏହା ବ୍ୟତୀତ ତରୁଣ ରାଜୁ ନାମକ ଅପରାଧୀଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ତରୁଣ ମଧ୍ୟ ଜେଲ୍‌ ଭିତରେ ଫୋନ୍ ବ୍ୟବହାର କରୁଥିବା ଏବଂ ଖାଦ୍ୟ ପ୍ରସ୍ତୁତ କରୁଥିବା ନଜର ଆସୁଛି। ତରୁଣ ଜେନେଭା ଫେରାର ହେବାର ଲକ୍ଷ୍ୟରେ ଥିଲେ। ତରୁଣ ରାଜୁଙ୍କୁ ରାନ୍ୟା ରାଓ ଗୋଲ୍ଡ ତସ୍କରୀ ମାମଲାରେ ଗିରଫ କରାଯାଇ ଥିଲା। ଅଭିଯୋଗ ଯେ, ସେ ସେହି ଗୋଲ୍ଡ ସ୍ମଗଲିଂ ନେଟୱର୍କର ମାଷ୍ଟରମାଇଣ୍ଡ ଥିଲେ, ଯିଏ ସିନିୟର ଆଇପିଏସ ଅଧିକାରୀଙ୍କ ଝିଅ ରାନ୍ୟା ରାଓଙ୍କୁ ଦୁବାଇରେ ସୁନାର ତସ୍କରୀ କରୁଥିଲେ।

ଜେଲ୍‌ ଭିତରେ ଅପରାଧିଙ୍କ ଦ୍ୱାରା ମୋବାଇଲ ଓ ଅନ୍ୟ ସୁବିଧାର ବ୍ୟବହାରର ନେଇ ଯାଞ୍ଚ କରାଯିବ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା ଆଶ୍ୱାସନା ଦେଇଛନ୍ତି ଯେ, ଏହି ମାମଲାର ଯାଞ୍ଚ ହେବ ଏବଂ ଦାୟିତ୍ୱହୀନତା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।