ଭଦ୍ରକରେ ଭାରତ ବନ୍ଦର ପ୍ରଭାବ, ରାଜପଥ ସହ ଦୋକାନ ବଜାର ବନ୍ଦ

NEWS7
state-mining-minister-prtaphulla-mallick-inagurated-various-developmetal-project-at-bhanjanagar

ଭଦ୍ରକ ୧୨।୦୨ : ଭଦ୍ରକରେ ଭାରତ ବନ୍ଦର ପ୍ରଭାବ । ରାଜପଥ ସହ ଦୋକାନ ବଜାର ବନ୍ଦ । କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ୱାର୍ଥ ବିରୋଧୀ ଚାରୋଟି ଶ୍ରମ କୋଡ୍‌ ବାତିଲା, ସ୍କି ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଓ ବର୍ଷ ସାରା କାମ, ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ପେନ୍‌ସନ୍‌, ଓ୍ୱାକଫ୍‌ ବିଲ୍‌ ବାତିଲ, ଦରଦାମ ନିୟନ୍ତ୍ରଣ ଆଦି ଅନ୍ୟାନ୍ୟ ଦାବିକୁ ନେଇ ଭାରତ ବନ୍ଦ ପାଳନ ହେଉଛି । ତେବେ ଏହି ବନ୍ଦ ଡାକରାର ପ୍ରଭାବର ଭଦ୍ରକରେ ମଧ୍ୟ ଦେଖାଦେଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶ୍ରମିକ ସଂଗଠନ, ବାମ ଦଳ, ବିଜୁ ଶ୍ରମିକ ସାମୁଖ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସହରରେ ପିକେଟିଂ ହେଉଥିବା ବେଳେ ଦୋକାନା ବଜାର ବନ୍ଦ ରହିଛି । ଶ୍ରମିକ ଅଧିକାର, ସୁରକ୍ଷା ଓ ଜୀବିକାର ମୂଳ ଦାବିଗୁଡ଼ିକୁ କେନ୍ଦ୍ର କରି ଆନ୍ଦୋଳନ ହେଉଛି ।