ଭୁବନେଶ୍ବର ୬।୮: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଛନ୍ତି । ମନ୍ତ୍ରୀଙ୍କୁ ଭେଟିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସରକାର ଯେଉଁ ଗୁରୁଦାୟିତ୍ଵ ଦେଇଛନ୍ତି ସମସ୍ତେ କିପରି ନ୍ୟାୟ ପାଇବେ ସେନେଇ ପ୍ରଚେଷ୍ଟା କରିବି । ନିୟମ ଅନୁସାରେ ସବୁକିଛି କାର୍ଯ୍ୟ କରାଯିବ । ଏକ ସାଧାରଣ କାର୍ଯ୍ୟକର୍ତ୍ତାକୁ ଗୁରୁଦାୟିତ୍ଵ ଦେଇଛନ୍ତି । ବାଲେଶ୍ବର ଏବଂ ପୁରୀ ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ଚାଲିଛି । ଦୋଷୀକୁ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ନିଆଯିବ । ବିରୋଧୀ ଅଭିଯୋଗ କରିବେ ସେଇଟା ତାଙ୍କ କଥା । ଦାୟିତ୍ବ ଦିଆଯାଇଛି ମୁଁ ଦାୟିତ୍ବ ନେଲେ ଦେଖିବି କ’ଣ ପଦକ୍ଷେପ ନିଆଯାଇପାରିବ । ପେଶାରେ ମୁଁ ଜଣେ ଓକିଲ । ଆୟୋଗର କଥା ବୁଝିବି ବୋଲି ମୋର ବିଶ୍ବାସ । ଭଲ ଦିନ ଦେଖି କାର୍ଯ୍ୟରେ ଯୋଗ ଦେବି ।
You Can Read:
ଘରେ ଭିତରେ ଜୀବନ୍ତ ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲିଂ କରୁଥିବା ବାପା ଆଣିଲେ ଅଭିଯୋଗ