ଗୋଆ ୦୩/୦୫: ଗୋଆର ସିରଗାଓଁରେ ଅଭାବନୀୟ ଘଟଣା । ଲୈରାଇ ଯାତ୍ରାରେ ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାୁଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଗୋଆ ମେଡିକାଲ କଲେଜ (GMC) ଓ ମାପୁସାର ଉତ୍ତର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାରମ୍ପରିକ 'ଯାତ୍ରା'ରେ ସାମିଲ ହୋଇ ବହୁ ସଂଖ୍ୟକ ଭକ୍ତ ଏକତ୍ରିତ ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଥାଉକି, ଯାତ୍ରା ବେଳେ ବିଶୃଙ୍ଖଳା ପରିସ୍ଥତି ସୃଷ୍ଟି ହୋଇଥିଲା । ଯାହା ଫଳରେ ଦଳାଚକଟା ହୋଇଥିଲା। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ସେପଟେ ଘଟଣା ଜଣାପଡିବା ମାତ୍ରେ, ମୁଖ୍ୟମନ୍ତ୍ରୀ ଡାକ୍ତର ପ୍ରମୋଦ ସାୱନ୍ତ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ ଓ ବିଚୋଲିମ୍ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାସହ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।