କାହିଁକି ପତ୍ନୀ ଓ ୩ ପିଲାଙ୍କୁ ନିର୍ମମ ହତ୍ୟା କରିଥିଲା ମୁଞ୍ଚୁନ, ଧରାପଡିବା ପରେ କଲା ଖୁଲାସା

NEWS7
staff-enjoy-family-trip-to-disney-world-boss-bills-for-special-vacation

ନୂଆଦିଲ୍ଲୀ ୦୧/୦୩: ବାରମ୍ବାର ଜୁଆ ଖେଳୁଥିଲା । ଋଣ ଭାରରେ ଏତେ ବୁଡିଗଲା ଯେ ମୁଣ୍ଡ ଆଉ କାମ କଲାନି । ହିତାହିତଜ୍ଞାନ ହରାଇ ବସିଲା ।ଶେଷରେ ପତ୍ନୀ ଓ ୩ ପିଲାଙ୍କୁ ହତ୍ୟା କରିବାକୁ ପଛାଇଲାନି । ଏପରି ଜଣେ ନୃଶଂସ ସ୍ବାମୀ ତଥା ବାପାକୁ ରାଜସ୍ଥାନର କିଶରନଗରରୁ  ଗିରଫ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ସମୟପୁର ବାଦଲି ହତ୍ୟାକାଣ୍ଡରେ ପୋଲିସର ଆକ୍ସନ । ବିଭିନ୍ନ ସ୍ଥାନରେ ୧୫ ଜଣିଆ ଟିମ୍‌ର ଛାନ୍‌ଭିନ୍‌ ପରେ ଧରାପଡିଛି ହତ୍ୟାକାରୀ । ଧରାପଡିବା ପରେ ସେ ପୋଲିସ ଆଗରେ ସ୍ବୀକାର କରିଛି କାହିଁକି ସେ ସ୍ତ୍ରୀ ଓ ୩ ପିଲାଙ୍କୁ କାହିଁକି ଏମିତି ନିର୍ମମ ଭାବରେ ହତ୍ୟା କଲା । ସେ ମାନିଛି ବିହାରର ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଧାର କରିଥିଲେ । ଆଉ ସେ ବାରମ୍ବାର ଟଙ୍କା ମାଗୁଥିଲା । କିନ୍ତୁ ଟଙ୍କା ଫେରାଇ ନପାରିବାରୁ ଚିନ୍ତାରେ ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିଛି । ତେବେ ମୁଞ୍ଚୁନ ସତ କି ମିଛ କହୁଛି ସେଥିପାଇଁ ପୋଲିସ ଧାର ନେଇଥିବା ବ୍ୟକ୍ତିଙ୍କୁ ଫୋନ କରିଥିଲେ ତେବେ ସେ ଫୋନ ନମ୍ବର ସ୍ବିଚ ଅଫ ଆସୁଛି । ସେଥିପାଇଁ ପୋଲିସର ଏକ ଟିମ୍‌ ବିହାର ଯାଇଛି ଦେଖିବାକୁ ମୁଞ୍ଚୁନ ଧାର ନେଇଥିବା କଥା ସତ ନା ମିଛ ।

ମୃତ ଅନୀତାଙ୍କ ଭାଇ ପୋଲିସକୁ କହିଛନ୍ତି ମୁଞ୍ଚୁନ ବାପାଙ୍କୁ ୭ ଲକ୍ଷ ଟଙ୍କା ମାଗିଥିଲା । କିନ୍ତୁ ସେ ମାତ୍ର ୨ ଲକ୍ଷ ଦେବାରେ ସକ୍ଷମ ହୋଇଥିଲେ । ମର୍ଡରର ଠିକ ମାସେ ପୂର୍ବରୁ ସେ ପଇସା ନେଇଥିଲା ଓ ଭଉଣୀ ସୁନୀତା ଉପରେ ଆଉ ଟଙ୍କା ଆଣିବାକୁ ଚାପ ପକାଉଥିଲା । ସେ ଆହୁରି ଅନେକ ଲୋକଙ୍କ ଠାରୁ ଏମିତି ଟଙ୍କା କରଜ କରିଥିଲା । ସେ ବାରମ୍ବାର ଜୁଆ ଖେଳି ସେଥିରେ ପଇସା ଲଗାଉଥିଲା । ସୁନୀତା ବାରମ୍ବାର ମୁଞ୍ଚୁନଙ୍କୁ ଏହି କାମ ବନ୍ଦ କରିବାକୁ ବୁଝାଉଥିଲେ । କିନ୍ତୁ ସେ ବୁଝୁନଥିଲା  । ସେହି କାରଣରୁ ଉଭୟ ସ୍ବାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ।

୨୪ ଫେବ୍ରୁଆରୀ, ମଙ୍ଗଳବାର ରାତିରେ ଦିଲ୍ଲୀର ସମୟପୁର ବାଦଲିରେ ଘଟିଥିଲା ଅତି ଭୟାନକ ଓ ଛାତିଥରା ଘଟଣା । ଚନ୍ଦନପାର୍କ ଏରିଆର ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ଥିଲେ ମହିଳା ଅନୀତା ଓ ତାଙ୍କ ୩ କୋମଳମତି ପିଲା ।୩ ପିଲାଙ୍କର ବୟସ ଯାଥାକ୍ରମେ ୬ ବର୍ଷ, ୫ ବର୍ଷ ଓ ୪ ବର୍ଷ । ଘଟଣା ପରଠାରୁ ମହିଳାଙ୍କ ସ୍ବାମୀ ମୁଞ୍ଚୁନ କେୱଟ ଫେରାର ହୋଇଯାଇଥିଲେ ।ସେହି ହତ୍ୟାକାରୀ ବୋଲି ପୋଲିସର ସନ୍ଦେହ ନଜରକୁ ଆସିଥିଲେ ସ୍ବାମୀ ।ମୁଞ୍ଚୁନ ଓ ଅନୀତା  ବିହାରର ପାଟନାର ବାସିନ୍ଦା । କିନ୍ତୁ କିଛି ବର୍ଷ ହେବ ଦିଲ୍ଲୀର ଚନ୍ଦନପାର୍କ ଅଞ୍ଚଳରେ ଭଡାରେ ରହୁଥିଲେ । ଆଜାଦପୁର ମଣ୍ଡିରେ ପନିପରିବା ବିକ୍ରି କରି ପରିବାର ଚଳାଉଥିଲେ ମୁଞ୍ଚୁନ । ମୁଞ୍ଚୁନ ପ୍ରତିଦିନ ରାତି ୩ଟାରେ ମଣ୍ଡିକୁ ବାହାରୁଥିଲେ । ତାପରେ ଭିତରୁ କବାଟ ବନ୍ଦ କରି ଶୋଇବାକୁ ଯାଉଥିଲେ ସୁନୀତା । କିନ୍ତୁ ମଙ୍ଗଳବାର ରାତିରେ ପଡୋଶୀମାନେ ଦେଖିଥିଲେ ମୁଞ୍ଚୁନଙ୍କ ଘର ଗେଟ୍‌ ଖୋଲାଥିଲା ।ଭିତରେ ଯାହା ଦେଖିଲେ ସମସ୍ତଙ୍କ ଦେହ ହାତ ଥରିଲା ।

ଘର ଭିତରେ ଅନୀତା ଓ ତାଙ୍କ ୩ ପିଲାଙ୍କ ମୃତଦେହ ପଡିଥିଲା । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ସମୟପୁର ବାଦଲି ପୋଲିସ । ଘରର ଗ୍ରାଉଣ୍ଡ ଫ୍ଲୋରର ଗୋଟିଏ କୋଠରୀରୁ ଜଣେ ମହିଲା ଓ ତାଙ୍କ ୩ ପିଲାଙ୍କ ମୃତଦେହ ମିଳିଥିଲା । ତେବେ ମାରିବା ପୂର୍ବରୁ ପ୍ରଥମେ ପତ୍ନୀ ଓ ୩ ପିଲାଙ୍କୁ ନିଶା ଦେଇଥିଲା ଅଭିଯୁକ୍ତ । ସମସ୍ତେ ବେହୋସ ହେଲା ପରେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲା । ପାଖ ପଡୋଶୀ ବି ଘଟଣା ସଂପର୍କରେ କିଛି ସୁରାକ ପାଇନଥିଲେ । ପୋଲିସ  ୪ଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ମାମଲାର ଯାଞ୍ଚ ଆରମ୍ଭ କରିଥିଲା ପୋଲିସ । ଘଟଣାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସକୁ ପ୍ରଥମେ ସ୍ବାମୀ ମୁଞ୍ଚୁନ ଉପରେ ସନ୍ଦେହ ହୋଇଥିଲା । କାହିଁକି ନା ଘଟଣାସ୍ଥଳରେ ମୁଞ୍ଚୁନର ଦେଖା ନଥିଲା । ସ୍ତ୍ରୀ ଓ ୩ ପିଲାଙ୍କୁ ମାରି ଫେରାର ହୋଇଯାଇଥିଲା । ହତ୍ୟାକାରୀକୁ ଧରିବା ପାଇଁ ପୋଲିସର ୧୫ ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଦେଇଥିଲା । ଶେଷରେ ରାଜସ୍ଥାନର କିଶରନଗରରୁ ଗିରଫ କରିଛି ଦିଲ୍ଲୀ ପୋଲିସ ।