ଗରିବ ବୁଝି ନ ପାରିବା ଭଳି ଏହା ଏକ ସ୍ୱପ୍ନ ଦେଖାଉଥିବା ବଜେଟ୍: ଅଖିଳେଶ ଯାଦବ

NEWS7
srilanka-won-the-and-elected-to-field-first

ନୂଆଦିଲ୍ଲୀ ୧।୨: ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ରବିବାର ସଂସଦରେ ୨୦୨୬ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ସମାଲୋଚନା କରିଛନ୍ତି। ସେ ସଂସଦରୁ ବାହାରିବାମାତ୍ରେ ଗଣମାଧ୍ୟମ ସହ ଆଲୋଚନାରେ ଏହା କେବଳ ସ୍ୱପ୍ନ ଦେଖାଉଥିବା ଏକ ବଜେଟ୍ ବୋଲି କହିଛନ୍ତି। ଅଖିଳେଶ ଏହାକୁ ଗରିବଙ୍କୁ ବୁଝା ପଡୁନଥିବା କହିଛନ୍ତି। ଗରିବ ଚାଷୀ ଓ ଗ୍ରାମରେ ରହୁଥିବା ଲୋକେ ଏହି ବଜେଟକୁ ବୁଝି ପାରିବେ ନାହିଁ । ଏହି ବଜେଟ ଗରିବଙ୍କ ପେଟ ପୁରାଇ ପାରିବନି କି ବେକାରଙ୍କୁ ନିଯୁକ୍ତି ଦେଇ ପାରିବନି ବୋଲି ସେ କହିଛନ୍ତି। ମୋଟ ଉପରେ ଏହା ଏକ ସ୍ୱପ୍ନ ଦେଖାଉଥିବା ବଜେଟ ବୋଲି ଅଖିଳେଶ କହିଛନ୍ତି।

କ’ଣ କହିଲେ ଅଖିଳେଶ?
ଅଖିଳେଶ ଯାଦବ କହିଛନ୍ତି ଯେ ଏହି ବଜେଟ୍ ଗାଁରେ ରହୁଥିବା ଲୋକଙ୍କ ବୋଧ ବାହାରେ । ଏହି ବଜେଟ୍ ଗରିବଙ୍କ ପେଟ ପୁରାଇ ପାରିବନି, ଆଜିର ସମୟରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ବେକାର ଥିବା ବେଳେ ବଜେଟରେ ବେକାରଙ୍କ ନିଯୁକ୍ତି ନେଇ କେଉଁଠି ହେଲେ ପଦଟିଏ କୁହାଯାଇନି। ଅଖିଳେଶ ବନାରସ ଓ ପାଟନା ସିପ୍ ମେଣ୍ଟେନାନ୍ସ ସେଣ୍ଟର ନିର୍ମାଣ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଯେ ବନାରସରୁ ବାହାରିଥିବା ସିପ୍ ପାଟନାରେ ଅଟକି ଯାଇଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ଯାହା ତାହା ହେଉଛି ଗଙ୍ଗା ସଫା ହୋଇ ପାରିବ ତ, ଗଙ୍ଗା ଡି-ସିଲ୍ଟ ହୋଇ ପାରିଛି କି?

ଲୋକଙ୍କୁ ନିରାଶ କରିଛି ବଜେଟ୍
ଆମେ ସେୟାର କଥା କମ ବୁଝି ପାରୁ, ହେଲେ ବିଜେପି ମାତ୍ର ୫% ଲୋକଙ୍କ ପାଇଁ ବଜେଟ୍ କରୁଛି। ସେୟାର ପ୍ରସଙ୍ଗ ସେହି ୫% ଲୋକଙ୍କ ସହ ଜଡିତ।ଯଦି ବଜେଟ୍ ସେୟାର ବଜାର ସହ ସମ୍ପର୍କିତ ଲୋକଙ୍କୁ ନିରାଶ କରୁଛି ଓ ଚାଷୀ ଏହାକୁ ବୁଝାପଡୁ ନାହିଁ ଏଥିରୁ ବଜେଟର ସ୍ଥିତି କଣ ତାହା ସହଜରେ ଅନୁମାନ କରାଯାଇପାରେ। ସେ ତାଙ୍କ ସଂସଦୀୟ କ୍ଷେତ୍ର କନ୍ନୌଜର କଥା ଉଲ୍ଲେଖ କରି କହିଛନ୍ତି ଯେ ଆଳୁ ଚାଷୀଙ୍କ ଲାଗି ବଜେଟରେ କଣ ଅଛି? ଆଳୁ ଠିକ୍ ଦରରେ କିଣାଯିବତ? ସେହିପରି ଅଖିଳେଶ ଚାଷୀଙ୍କ ଆୟ ଦୁଇଗୁଣ ହୋଇ ପାରିଛି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ବିଦେଶକୁ ଖାଇବା ତେଲ ମଗାଉଥିବା ସରକାର ଚାଷୀକୁ ଲାଭ ଦେବା ପାଇଁ କିପରି ଚିନ୍ତା କରିପାରିବେ?

୫%ଙ୍କ ଲାଗି ହେଉଛି ବଜେଟ୍
ଅଖିଳେଶ ଏହି ଅବସରରେ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିଜେପି ୫% ଲୋକଙ୍କ ଲାଗି ବଜେଟ କରୁଛି, ଏହା ଛଡା ମିଡିଆରେ ପ୍ରଚାର ଓ ପ୍ରସାର ପାଇଁ ଆଉ ଏକ ବଜେଟ କରୁଛି। ସେ ୱାଟର ପ୍ୟୁରିଫାୟର ବିଜ୍ଞାପନର ଉଲ୍ଲେଖ କରି କହିଛନ୍ତି ଯେ ପାଣି ଖରାପ ସେମାନେ ଜାଣି ପାରୁଛନ୍ତି, ହେଲେ ସରକାର ଜାଣି ପାରୁ ନାହାନ୍ତି। କେବଳ ଗଙ୍ଗା ନୁହେଁ ହିଣ୍ଡନ, କାଲୀ, ଯମୁନା ଓ ବାରଣାସୀର ବଋଣା ନଦୀ ପରିସ୍ଥିତି ଏବେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅଖିଳେଶ କହିଛନ୍ତି ଏହି ସରକାର ମେଟ୍ରୋ ନିର୍ମାଣର କଥା କହୁଛନ୍ତି, ପାଣି ଯାଞ୍ଚ କଥା କେଉଁ ପର୍ଯ୍ୟନ୍ତ ଗଲାଣି?ଏଥିରେ ଯଦି ବଜେଟ୍ ଆସୁ ଆସୁ ସେୟାର ବଜାରରେ ହ୍ରାସ ହେଉଛି ଉଦ୍ୟୋଗପତି ଓ ବ୍ୟବସାୟୀଙ୍କ ହୀତର ବଜେଟ୍ ନୁହେଁ ବୋଲି ପ୍ରମାଣିତ ହେଉଥିବା ସେ କହିଛନ୍ତି।