ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ ପ୍ରସ୍ତୁତି, ସରିଲା ଦେବ ନିମନ୍ତ୍ରଣ

Published By : Prameya-News7 Bureau | May 29, 2025 IST

ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଚଣ୍ଡୀ ଚାମୁଣ୍ଡାଙ୍କ ସହ ଦେବା ଦେବୀଙ୍କୁ ନିମନ୍ତ୍ରଣ ଦିଆଯାଇସାରିଛି। ଆଉ ଶିବ ବିବାହ ପାଇଁ ସଜେଇ ହୋଇଛି ପରା ପୁରୁଣା ଭୁବନେଶ୍ୱର।

ପବିତ୍ର ଶୀତଳ ଷଷ୍ଠୀ ତଥା ମହାଦେବଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରଙ୍ଗୀନ ଲିଚୁ ଲାଇଟ୍, ବଡ଼ ବଡ଼ ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ଗୁରୁବାର ମହାଦେବଙ୍କ ମଙ୍ଗନ ଥିବାରୁ ପୂଜା ପଣ୍ଡା ସେବା ସମିତି ପକ୍ଷରୁ ବିଧି ଓ ପ୍ରଥା ଅନୁସାରେ ଆରମ୍ଭ ହୋଇଛି କାର୍ଯ୍ୟ।

ଅଷ୍ଟ ସମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା ହୋଇଛି। ଏଥି ସହିତ ପ୍ରସାଦ ଧରି ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଶେଷରେ କେଦାର ଗୋରୀ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି। 

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତିରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଛାଡ଼ ବଡ଼ ପଟୁଆରରେ ବରଯାତ୍ରୀ ଧରି କେଦାର ଗୌରୀ ମନ୍ଦିର ଯିବେ। ବିବାହ ଅନୁଷ୍ଠିତ ହେବା ପରେ ୩୧ତାରିଖ ରାତିରେ ପୁଣି କେଦାର ଗୌରୀ ମନ୍ଦିର ଛାଡ଼ି ଲିଙ୍ଗରାଜ ମନ୍ଦିରକୁ ଫେରିବେ ମହାପ୍ରଭୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.