ଅଲିମ୍ପିଆନ ବନ୍ଧୁକ ଚାଳକଙ୍କୁ କାହିଁକି ଅଡୁଆ ହେଲା ଭାରତୀୟ ନାଗରିକତା ?

NEWS7
special-bus-service-from-cuttack-to-puri-on-rath-yatra

ନୂଆଦିଲ୍ଲୀ, ୦୪/୦୧ : ଭାରତୀୟ ଜର୍ସିରେ ନଜର ଆସିବେନି ଅଲିମ୍ପିଆନ୍ ଅଙ୍ଗଦ ସିଂହ । ଏବେ ସେ ଦେଶ ଛାଡିଛନ୍ତି । ଏହାସହ କାନାଡା ପାଇଁ ଖେଳିବେ ବୋଲି କହିଛନ୍ତି ।

ଭାରତୀୟ ସ୍କିଟ୍ ସୁଟର ଅଲିମ୍ପିଆନ୍ ଅଙ୍ଗଦ ସିଂହ ବାଜୱା କାନାଡ଼ା ନାଗରିକତ୍ୱ ଗ୍ରହଣ କରିଛନ୍ତି । ସେ ଭାରତ ଛାଡ଼ି କାନାଡ଼ାରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି । ନ୍ୟାସନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନ୍ଆର୍ଏଆଇ) ପକ୍ଷରୁ ତାଙ୍କୁ ନୋ ଅବଜେକସନ୍ ସାର୍ଟ ଫିକେଟ (ଏନ୍ଓସି) ପ୍ରଦାନ କରାଯାଇଛି ।

ବାଜୱା ୨୦୧୮ ଏସୀୟ କ୍ରୀଡ଼ା ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବାବେଳେ ଏସୀୟ ଚାମ୍ପିଅନସିପ୍ରେ ୨ଟି ପଦକ ଜିତିଥିଲେ । ବାଜୱା କହିଛନ୍ତି ଯେ, କାନାଡ଼ାରେ ମୋ’ ପରିବାର ସଦସ୍ୟ ରହୁଛନ୍ତି ଏବଂ ସେଠାରେ ଆମର ବ୍ୟବସାୟ ରହିଛି । ବାରମ୍ବାର କାନାଡ଼ା ଯିବା ଆସିବା ସମ୍ଭବ ହେଉନାହିଁ । ଏହା ମୋ’ ପ୍ରଦର୍ଶନକୁ ପ୍ରଭାବିତ କରୁଛି । ତେଣୁ ମୁଁ କାନାଡ଼ା ନାଗରିକତ୍ୱ ଗ୍ରହଣ କରିଛି । ଭାରତ ଛାଡ଼ିବା ନିଷ୍ପତ୍ତି କଷ୍ଟକର ରହିଥିଲା । ମାତ୍ର ମୋତେ ପରିବାରକୁ ସମୟ ଦେବାର ଆବଶ୍ୟକତା ରହିଛି । ମୁଁ ଆଗାମୀ ସମୟରେ କାନାଡ଼ାରୁ ପ୍ରତିନିଧିତ୍ୱ କରିବା ନେଇ ଉତ୍ସାହିତ ରହିଛି ।