କର୍ମ କ୍ଷେତ୍ରରେ କୌଣସି ବଡ଼ ଦାୟିତ୍ଵ ଗ୍ରହଣ କରିବେ, ଏହି ରାଶିର ବ୍ୟକ୍ତି ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ

NEWS7
spain-champions-of-the-fifa-under-17

ମେଷ - କର୍ମକ୍ଷେତ୍ରରେ କୌଣସି ଶୁଭ ଖବର ମିଳିପାରେ ଏବଂ ବ୍ୟବସାୟରେ ଆଖିଦୃଶିଆ ଲାଭ ହେବ। ପରିବାରରେ ଶାନ୍ତି ବଜାୟ ରହିବା ସହ ବନ୍ଧୁମାନଙ୍କ ସହଯୋଗ ମିଳିବ।

ବୃଷ - ଶୁକ୍ରବାର ଆର୍ଥିକ ସ୍ଥିତି ସୁଧୁରିବ ଏବଂ ଅଟକି ରହିଥିବା ଅର୍ଥ ଆଦାୟ ହେବାର ସୁଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ଏବଂ ମନରେ ନୂତନ ଉତ୍ସାହ ଭରି ରହିବ।

ମିଥୁନ - ବ୍ୟବସାୟିକ ଯାତ୍ରା ସଫଳ ହେବ କିନ୍ତୁ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ। ନିଜର ଗୋପନୀୟ କଥା କାହାକୁ କୁହନ୍ତୁ ନାହିଁ ଏବଂ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ।

କର୍କଟ - ଆସନ୍ତାକାଲି ପରିବାରରେ ହସଖୁସିର ପରିବେଶ ରହିବ ଏବଂ ପିଲାମାନଙ୍କ ସଫଳତାରେ ଆପଣ ଗର୍ବିତ ହେବେ। ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇ ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ - ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବା ସହ ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ବଢ଼ିବ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କୁ ସମସ୍ତ ବିପଦରୁ ରକ୍ଷା କରିବ।

କନ୍ୟା - ଶୁକ୍ରବାର କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି ଏବଂ ଆପଣଙ୍କର ଦକ୍ଷତା ପ୍ରଶଂସିତ ହେବ। ଖାଦ୍ୟପେୟ ପ୍ରତି ସାବଧାନ ରୁହନ୍ତୁ କାରଣ ପେଟ ଜନିତ ସମସ୍ୟା ଦେଖାଦେଇପାରେ।

ତୁଳା - ନୂତନ ବନ୍ଧୁ ସ୍ଥାପନ ହେବାର ସମ୍ଭାବନା ରହିଛି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ। ଆର୍ଥିକ ନେଣଦେଣ ବେଳେ ସାବଧାନ ରୁହନ୍ତୁ ଏବଂ ନିବେଶ ପାଇଁ ଦିନଟି ଶୁଭ ଅଟେ।

ବିଛା - କଠିନ ପରିଶ୍ରମର ଫଳ ମିଳିବ ଏବଂ ସରକାରୀ ସହାୟତା ପାଇବାରେ ସହଜ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ।

ଧନୁ - ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବେ।

ମକର - ଆସନ୍ତାକାଲି କାର୍ଯ୍ୟରେ କିଛିଟା ବାଧାବିଘ୍ନ ଆସିପାରେ, ତେଣୁ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଆପଣଙ୍କୁ ଆନନ୍ଦିତ କରିବ।

କୁମ୍ଭ - ବ୍ୟବସାୟରେ ନୂତନ ଅଂଶୀଦାର ଯୋଗ ଦେଇପାରନ୍ତି ଏବଂ ଆୟ ବଢ଼ିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ସାମାନ୍ୟ ରହିବ କିନ୍ତୁ ମନରେ ଅସ୍ଥିରତା ଦେଖାଦେଇପାରେ।

ମୀନ - କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ୱ ଗ୍ରହଣ କରିବେ ଏବଂ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବା ସହ ଆର୍ଥିକ ଉନ୍ନତି ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682