LIVE TV

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଗାଙ୍ଗୁଲିଙ୍କ ବଡ ବୟାନ, କହିଲେ...

NEWS7

ନୂଆଦିଲ୍ଲୀ, ୨୭/୦୮  : ଶନିବାରଠୁ ଆରମ୍ଭ ହେବ ଏସିଆ କପ୍ । ରବିବାର ଭାରତ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ଏହି ମହା ମୁକାବିଲା ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି । ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋଲକାତାରେ ଆୟୋଜିତ ଏକ ଇଭେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍ ସମେତ ଅନ୍ୟ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଭାରତ-ପାକିସ୍ତାନ ମୁକାବିଲା ଏକ ସାଧାରଣ ମ୍ୟାଚ୍ ଭଳି । ଭାରତୀୟ ଟିମରେ ଅନେକ ପୁରୁଖା ଖେଳାଳି ରହିଛନ୍ତି । ଚାପ କିପରି ନିୟନ୍ତ୍ରଣ କରାଯାଏ ସେମାନେ ତାହା ଜାଣନ୍ତି । ନକଆଉଟ୍ ମ୍ୟାଚରେ ଅତିରିକ୍ତ ଚାପ ରହିଥାଏ ବୋଲି କୁହନ୍ତି । କିନ୍ତୁ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲଙ୍କ ଭଳି ଅଭିଜ୍ଞତା ଥିବା ଖେଳାଳି ରହିଛନ୍ତି । ସେମାନେ ଚାପ ସମ୍ଭାଳିବା ଜାଣନ୍ତି ।

ସେ ଆହୁରି କହିଛନ୍ତି ଯେ, ପାକ୍ ପାଇଁ ସାହିନ ଆଫ୍ରିଦି ଖେଳିବେନି । ତେବେ ଜଣେ ଖେଳାଳି ନଖେଳିଲେ ସେପରି କିଛି ପ୍ରଭାବ ପକାଇବ ବୋଲି ତାଙ୍କୁ ଲାଗୁନି । ଏହା ଟିମ୍ ଗେମ୍ । ଭାରତ ପାଖରେ ମଧ୍ୟ ଜସପ୍ରିତ ବୁମରାହ ନାହାଁନ୍ତି । ବିଶ୍ୱକପରେ ଭାରତ ୧୯୯୨ରୁ ୨୦୨୨ ଯାଏଁ କେବଳ ଥରୁଟିଏ ହାରିଛି । ୩୦ ବର୍ଷରେ କେବଳ ଥରେ ପରାଜିତ ହୋଇଛି ଭାରତ । ଉଭୟ ଦଳରେ ଷ୍ଟାର୍ ଖେଳାଳି ରହିଛନ୍ତି ।

ଦାଦା ଭାବେ ପରିଚିତ ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ଟି୨୦ କ୍ରିକେଟରେ କେହି ଫେଭରେଟ୍ ନଥାନ୍ତି । ସମସ୍ତେ ଭଲ ଟିମ୍ । ଯିଏ ଭଲ ଖେଳିବ ସେ ଜିତିବ । ବିରାଟ କୋହଲି ଭଲ ଖେଳାଳି । ତାଙ୍କ ପାଖରେ ରନ୍ କରିବାର ଫର୍ମୁଲା ରହିଛି । ସେ ଶୀଘ୍ର ଫର୍ମରୁ ଫେରିବେ ବୋଲି ଗାଙ୍ଗୁଲି କହିଛନ୍ତି ।